Breaking PLUSଓଡ଼ିଶାମୁଖ୍ୟ ଖବର

ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରମାଂଚଳ ଥାନା ଅର୍ନ୍ତଗତ ଗୋପାଳପୁର ନିକଟରେ ଆଜି ପୂର୍ବାହ୍‌ଣରେ ଏକ କାର୍‌କୁ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍ ଧକ୍କା ଦେଇଛି। ଫଳରେ କାରଟି ୩୦ ଫୁଟ ତଳକୁ ଖସିପଡ଼ିଛି। ଏହି କାରଣରୁ କାର୍‌ଟି ଭାଙ୍ଗି ଚୁରମାର ହୋଇଯାଇଛି। କିନ୍ତୁ କାର୍‌ର ଚାଳକ ଓ ଏଥିରେ ଥିବା ଯାତ୍ରୀ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।

ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ରାଇରଙ୍ଗପୁର-ଯଶିପୁର ମୁଖ୍ୟ ରାସ୍ତାର ହାଟବାଦଡା ଫାଣ୍ଡି ଅର୍ନ୍ତଗତ ଗୋପାଳପୁର ନିକଟରେ ଆଜି ପୂର୍ବାହ୍‌ଣ ପ୍ରାୟ ୧୧ଟାରେ ଏକ ଗ୍ୟାସ୍ ବୋଝେଇ ଟ୍ରକ୍ ନଂ ଓଡି-୦୨ବି-୪୨୯୧ ବିପରୀତ ଦିଗରୁ ଯାଉଥିବା ଏକ ହୁଣ୍ଡାଇ କାର୍ ଜେଏଚ୍-୦୫ଏକୁ୍ୟ-୪୫୧୯କୁ ଧକ୍କା ଦେଇଥିଲା। ଫଳରେ କାରଟି ୩୦ ଫୁଟ୍ ତଳକୁ ଖସିପଡି ଚୁରମାର୍ ହୋଇଯାଇଛି। ତେବେ କାର୍ ଚାଳକ ଓ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Show More

Related Articles

Back to top button