Breaking PLUSଓଡ଼ିଶାମୁଖ୍ୟ ଖବର

ଅଗଷ୍ଟ 31ରୁ ଉତକେଲାରୁ ଉଡିବ ବିମାନ

ଉଦଘାଟନ କରିବେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଆଗାମୀ ଅଗଷ୍ଟ ୩୧ ତାରିଖରୁ କଳାହାଣ୍ଡି ଜିଲ୍ଲାର ଉତକେଲା ବିମାନ ବନ୍ଦରରୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ଉତକେଲା ବିମାନ ବନ୍ଦରରୁ ପ୍ରଥମ ବିମାନ ପୂର୍ବାହ୍ନ ୧୦ଟା ୩୫ରେ ଭୁବନେଶ୍ବରକୁ ଯାତ୍ରା କରିବ। ଏହାକୁ ଭର୍ଚୁଆଲରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ଉଦଘାଟନ କରିବେ।

କେନ୍ଦ୍ର ସରକାର ଉଡାନ୍ ଯୋଜନା ଅଧୀନରେ ସଂରକ୍ଷିତ ଏବଂ ଅଣସଂରକ୍ଷିତ ବିମାନ ବନ୍ଦରଗୁଡିକର ପୁନରୁତ୍ଥାନ କରୁଛନ୍ତି। ଏଥିରେ ଉତକେଲା ଏବଂ ଜୟପୁର ବିମାନବନ୍ଦର ବିକାଶ କରାଯାଉଛି। ଏହି ବାବଦରେ ଗତ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଉତକେଲା ବିମାନବନ୍ଦର ପାଇଁ ୮.୧୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ତତକାଳୀନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ।

Show More

Related Articles

Back to top button