Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବରରାଜନୀତି

ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବ ଟିଏମ୍‌ସି

ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବ ଟିଏମ୍‌ସି। ଦଳ ପକ୍ଷରୁ ଆଜି ଏପରି ନିଷ୍ପତ୍ତି ନିଆଯାଇଛି। ଦଳର ମୁଖ୍ୟ ମମତା ବାନାର୍ଜୀ ଆଜି ଉପରାଷ୍ଟ୍ରପତି ନିର୍ବାଚନ ନେଇ ଦଳର ସାଂସଦମାନଙ୍କର ବୈଠକ ଡାକିଥିଲେ।

ବୈଠକରେ ସର୍ବସମ୍ମତି କ୍ରମେ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନନେବାକୁ ନିଷ୍ପତ୍ତି ହୋଇଛି। ମମତାଙ୍କ ସହ ପରାମର୍ଶରେ ନକରି ମିଳିତ ବିରୋଧୀ ମେଣ୍ଟ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି। ଯାହାକୁ ବିରୋଧ କରିଛି ଟିଏମ୍‌ସି। ତେଣୁ ଏହାର ବିରୋଧରେ ଭୋଟିଂରୁ ଦୂରେଇ ରହିବେ ବୋଲି ଟିଏମ୍‌ସି ନିଷ୍ପତ୍ତି ନେଇଛି। ବିରୋଧୀ ଦଳ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗେଟ୍‌ ଅଲ୍‌ଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି। ଅନ୍ୟପଟେ ଏନ୍‌ଡିଏ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଥିବା ଜଗଦୀପ ଧନଖରଙ୍କୁ ଉପରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ପାଇଁ ଭୋଟିଂ ହେବାକୁ ଥିବା ବେଳେ ଟିଏମ୍ସି ଏଥିରୁ ଦୂରେଇ ରହିବ ବୋଲି ନିଷ୍ପତ୍ତି ନେଇଛି।

ଏନେଇ ମମତା କହିଛନ୍ତି “କୌଣସି ଦଳ ମୋ ସହ ଆଲୋଚନା କରି ନାହାନ୍ତି। ତେଣୁ ଅଲ୍‌ଭାଙ୍କୁ କିପରି ମେଣ୍ଟ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଗଲା ? ଏହା ଉଚିତ ନୁହେଁ।” ତେବେ ମମତାଙ୍କର ଅଲଭାଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଖୁବ ଭଲ ବୋଲି ସୂଚନା ମିଳିଛି। କିନ୍ତୁ କଂଗ୍ରେସ ଓ ଏନ୍‌ସିପି ପ୍ରାର୍ଥୀ ବାଛିବା ପୂର୍ବରୁ ତାଙ୍କୁ ସୂଚନା ନ ଦେଇଥିବାରୁ ସେ ଦୁଃଖିତ ବୋଲି ଜଣାପଡିଛି। ଏହାକୁ ନେଇ ଟିଏମ୍‌ସି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କହିଛନ୍ତି ” ଟିଏମ୍‌ସିକୁ ସାମ୍ୟକ ସୂଚନା ନଦେଇ ଯେଉଁଭଳି ଭାବରେ ବିରୋଧୀ ଦଳର ପ୍ରାର୍ଥୀ ଘୋଷଣା ହେଲା ସେଥିରେ ଆମେ ଖୁସି ନାହୁଁ। ନାଁ ଆମକୁ ଏ ବିଷୟରେ ପଚରାଯାଇଛି ନା ଆଲୋଚନା କରାଯାଇଛି। ତେଣୁ ଆମେ ବିରୋଧୀଙ୍କ ପ୍ରାର୍ଥୀଙ୍କୁ ସମର୍ଥନ ଦେଇପାରିବୁ ନାହୁଁ।” ଏମିତିରେ ଧନଖର ରାଜ୍ୟପାଳ ଥିବା ବେଳେ ମମତା ବାନାର୍ଜୀ ସରକାରଙ୍କ ସହ ତାଙ୍କର ଅନେକ ସମୟରେ ମତଭେଦ ରହୁଥିଲା। ସ୍ଥିତି ଏମିତି ଥିଲା ଯେ ରାଜ୍ୟରେ ଟିଏମ୍‌ସି କର୍ମୀ ଧନଖରଙ୍କୁ ବିରୋଧ କରୁଥିଲେ। ମମତା ବାନାର୍ଜୀ ମଧ୍ୟ ଧନଖରଙ୍କୁ ବଦଳି କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଥିଲେ। ତେବେ ଏସବୁ ସତ୍ତ୍ୱେ ବି ପଶ୍ଚିମବଙ୍ଗ ବିଜେପି ନେତାମାନେ ଧନଖରଙ୍କୁ ସମର୍ଥନ କରିବା ପାଇଁ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଥିଲେ। ସୂଚନା ଥାଉକି, ଅଗଷ୍ଟ ୧୦ ତାରିଖରେ ଉପରାଷ୍ଟ୍ରପତି ଭାବେ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟାକାଳ ସରୁଛି।

Show More

Related Articles

Back to top button