ବାଣିଜ୍ୟ

ଆଦାନୀ ଗ୍ରୁପ୍‌କୁ ଦରକାର ୧୪ ହଜାର କୋଟି

ଏସ୍‌ବିଆଇକୁ ମାଗିଲା ଋଣ, ଜାଣନ୍ତୁ କଣ ରହିଛି କମ୍ପାନୀର ବଡ଼ ଯୋଜନା

ଦେଶର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ଏବେ ଏକ ବଡ଼ ଯୋଜନା ଲକ୍ଷ୍ୟରେ ଅଛନ୍ତି । ଆଦାନୀ ସମୂହ ଏକ ବଡ଼ ପ୍ଲାଣ୍ଟ ଗୁଜୁରାଟର ମୁନ୍ଦ୍ରାରେ ବସାଇବା ନେଇ ଜଣାପଡ଼ିଛି । ଏଥିପାଇଁ ୧୪ ହଜାର କୋଟି ଆବଶ୍ୟକତା ରହିଥିବା ବେଳେ ଋଣ ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌କୁ ସଂପର୍କ କରିଛନ୍ତି । ଆଦାନୀ ସମୂହର ଏହି ପ୍ରୋଜେକ୍ଟ ପାଖାପାଖି ୧୯ ହଜାର କୋଟିର ହେବ ବୋଲି ଅନୁମାନ କରାଯାଉଛି । ମିଣ୍ଟ୍‌ର ଏକ ରିପୋର୍ଟ ଅନୁସାରେ ୧୫ ବର୍ଷ ପାଇଁ ଏହି ଲୋନ୍ ପ୍ରଦାନ କରିବା ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୂତ୍ର ପକ୍ଷରୁ ଜଣାପଡ଼ିଛି ଯେ ଏସ୍‌ବିଆଇ ଋଣର ପାଖାପାଖି ୫ ହଜାର କୋଟି ଟଙ୍କା ନିଜ ଖାତାରେ ରଖିବ । କିନ୍ତୁ ଏହି ମାମଲାକୁ ନେଇ ଏସ୍‌ବିଆଇ ଏବଂ ଆଦାନୀ ସମୂହ ପକ୍ଷରୁ ଆଦାନୀ ଏଣ୍ଟର୍‌ପ୍ରାଇଜେସ୍‌ର ପ୍ରମୋଟର୍‌ଙ୍କୁ ଦିଆଯାଇଥିବା ଇମେଲ୍‌ର ଜବାବ ଏ ପର୍ଯ୍ୟନ୍ତ ମିଳିନଥିବା ଜଣାପଡ଼ିଛି ।

ସୂଚନା ଥାଉକି, ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଦାନୀ ସମୂହ ଏସ୍‌ବିଆଇରୁ ବଡ଼ ଧରଣର ଋଣ ହାସଲ୍‌ କରିଥିଲା । ମୁମ୍ୱାଇରେ ଏକ ଗ୍ରୀନ୍‌ଫିଲ୍ଡ୍‌ ଅନ୍ତରାଷ୍ଟ୍ରୀୟ ହୱାଇ ଆଡ୍ଡାର ପରିଯୋଜନା ପାଇଁ ୧୨,୭୭୦ ଋଣ କରିଛି କମ୍ପାନୀ । ସମୂହର ଅନ୍ୟ ଏକ ସହାୟକ କମ୍ପାନୀ ମୁମ୍ୱାଇ ଇଣ୍ଟର୍‌ନାସ୍‌ନାଲ୍‌ ଏୟାରପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଏହି ଲୋନ୍ ନିଆଯାଇଛି ।

Show More

Related Articles

Back to top button