Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ସୋନିଆ ଗାନ୍ଧୀଙ୍କୁ ଇଡିର ପଚରାଉଚରା ଶେଷ

ଜୁଲାଇ ୨୫ରେ ପୁଣି ହୋଇପାରନ୍ତି ହାଜର

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗୁରୁବାର ପ୍ରାୟ 2 ଘଣ୍ଟା ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଆଜି ଦ୍ୱିତୀୟ ଥର ପଚରାଉଚରା କରାଯିବ ନାହିଁ । ତେବେ ମିଳିଥିବା ସୂଚନା ଅନୁସାରେ ଜୁଲାଇ ୨୫ରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ପଚରାଉଚରା କରାଯାଇ ପାରେ । ତେବେ ବର୍ତ୍ତମାନ ସୁଦ୍ଧା ସୋନିଆ ଗାନ୍ଧୀଙ୍କୁ ଇଡି ପକ୍ଷରୁ କୌଣସି ସମନ ଜାରି କରାଯାଇ ନାହିଁ । ଅନ୍ୟପଟେ ଏହାକୁ ବିରୋଧ କରି କଂଗ୍ରେସ ନେତା ରାସ୍ତାକୁ ଓହ୍ଲାଇ ଉଗ୍ର ପ୍ରଦର୍ଶନ କରିଥିଲେ । କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ, ଶଶି ଥରରୁଙ୍କ ସହ କଂଗ୍ରେସର ୭୫ ସାଂସଦଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି । ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ । ତାଙ୍କ ସହ ଝିଅ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଥିଲେ । ପଚରାଉଚରା ସମୟରେ ପ୍ରିୟଙ୍କା ଏବଂ ସୋନିଆ ଗାନ୍ଧୀ ଗୋଟିଏ ରୁମରେ ଉପସ୍ଥିତ ଥିଲେ।

s

ସୂତ୍ର ଅନୁସାରେ ସୋନିଆ ଗାନ୍ଧୀଙ୍କୁ ପ୍ରଶ୍ନ କରିବା ପାଇଁ ମହିଳା ଅଧିକାରୀ ମୋନିକା ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ମୋନିକା ଶର୍ମା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଅତିରିକ୍ତ ନିର୍ଦ୍ଦେଶକ ଅଛନ୍ତି । ୭୫ ବର୍ଷୀୟା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଅଫିସ ପରିସରରେ ଆମ୍ୱୁଲାନ୍ସ ରଖାଯାଇଥିଲା। ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ କାରଣରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ତାଙ୍କ ସହ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଥିଲା। ଏହା ପୂର୍ବରୁ ସୋନିଆ ଗାନ୍ଧୀଙ୍କ ପୁଅ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ୫୦ ଘଣ୍ଟାରୁ ଅଧିକ ସମୟ ଯାଏଁ ଇଡି ପଚରାଉଚରା କରିଥିଲା ।

 

Show More

Related Articles

Back to top button