ଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ଅକ୍ଟୋବର ୧ରୁ ୫ଯାଏ ଭାରିଯାନ ଉପରେ କଟକଣା ଓ ରୁଟ୍ ଧାର୍ଯ୍ୟ କଲା କମିଶନରେଟ ପୋଲିସ

ପାଖେଇ ଆସୁଛି ଦଶହରା । ଏହି ସମୟରେ ଯାନବାହନ ଗହଳି ସହିତ ଲୋକଙ୍କ ଭିଡ ବଢିବ। ତେଣୁ ସୁନିୟନ୍ତ୍ରିତ ଗାଡି ଚଳାଚଳ ପାଇଁ ଅକ୍ଟୋବର ୧ରୁ ୫ଯାଏ କମିଶନରେଟ ପୋଲିସର ଭାରିଯାନ ଉପରେ କଟକଣା ଓ ରୁଟ୍ ଧାର୍ଯ୍ୟ କରିଛି । ଶଦି ଏହି ନିୟମ ଉଲ୍ଲଂଘନ କରାଯାଏ,ତାହାଲେ ଉଲ୍ଲଙ୍ଘନକାରୀଙ୍କୁ ୫ଶହ ଟଙ୍କାରୁ ୧ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ।

ଭାରିଯାନ ଉପରେ କଟକଣା :

ଖଣ୍ଡଗିରି ଛକରୁ ପୋଖରୀପୁଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।

ଫାୟାର ଟ୍ରେନିଂ ସ୍କୁଲ ଛକରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।

ସିଆରପି ଛକରୁ ପାୱାର ହାଉସ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।

ଜୟଦେବ ବିହାର ଛକରୁ ରାଜଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।

ଜୟଦେବ ବିହାର ଛକରୁ ନନ୍ଦନକାନନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।

ଆଚାର୍ଯ୍ୟ ବିହାର ଛକରୁ ବିମାନ ବନ୍ଦର ରାସ୍ତା ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।

ଆଚାର୍ଯ୍ୟ ବିହାର ଛକରୁ କଳିଙ୍ଗ ହସ୍ପିଟାଲ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।

ବାଣୀବିହାର ଛକରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।

ରସୁଲଗଡ ଛକରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା।

ବରମୁଣ୍ଡାଠାରୁ ପଳାଶୁଣୀ ପର୍ଯ୍ୟନ୍ତ ଉଭୟ ଉଭୟ ପାଶ୍ୱର୍ରେ ଥିବା ସର୍ଭିସ ରୋଡ୍।

ଜୟଦେବ ବିହାର ସର୍ଭିସ ରୋଡରୁ ନୟାପଲ୍ଲୀ ଅଣ୍ଡର ପାସ ଦେଇ ଯାଇପାରିବେ ନାହିଁ।

ଭାରିଯାନ ଧାର୍ଯ୍ୟ ରୁଟ :

ଖୋର୍ଦ୍ଧାରୁ କଟକ ଯାଉଥିବା ଭାରୀଯାନ ପିତାପଲି ଠାରୁ ବାମ ପାଶ୍ୱର୍ ରାସ୍ତାରେ ଡାଇଭର୍ସନ ହେବ।

ଚନ୍ଦକା ବାରଙ୍ଗ ରାସ୍ତା ଦେଇ ବାଲିକୁଦ ଠାରେ ଜାତୀୟ ରାଜପଥ ୧୬କୁ ସଂଯୋଗ କରିବ।

ରାବଣ ପୋଡି ବେଳେ କଟକରୁ ଆସୁଥିବା ଗାଡି ଜୟଦେବ ବିହାର ଠାରେ ବାମ ପାଶ୍ୱର୍ରେ ଯିବ।

ବେହେରା ସାହି, ଶାସ୍ତ୍ରୀ ନଗର, ପାୱାର ହାଉସ ଏବଂ ୟୁନିଟ-୮. ଡିଏଭି ସ୍ତୁଲ ଦେଇ ସିଆରପିରେ ମିଶିବ।

ପୁରୀ ପଟୁ ବରମୁଣ୍ଡା ଆସୁଥିବା ଯାନ ଲିଙ୍ଗିପୁର ଛକ ଠାରୁ ସାମନ୍ତରାପୁର, କଳ୍ପନା ରାଜମହଲ, ଶିଶୁ ଭବନ, ଗଙ୍ଗନଗର ଦେଇ ଫାୟାର ଟ୍ରେନିଂ ସ୍କୁଲ ଆଗରେ ବାହାରିବେ।

ପୁରୀ ପଟୁ କଟକ ଯାଉଥିବା ଯାନ ଲିଙ୍ଗିପୁର ଛକଠାରୁ ବାଇପାସ ଦେଇ ହାଇଟେକ ମେଡିକାଲ ଛକରେ ବାହାରିବେ।

Show More

Related Articles

Back to top button