ଦେଶ ବିଦେଶସ୍ୱତନ୍ତ୍ର

ଆସନ୍ତା ବର୍ଷରୁ ସବୁ ସ୍ମାର୍ଟଫୋନ ପାଇଁ ବ୍ୟବହୃତ ହେବ କେବଳ ଗୋଟିଏ ଚାର୍ଜର

ଆସନ୍ତା ବର୍ଷରୁ ସବୁ ସ୍ମାର୍ଟଫୋନ ପାଇଁ ବ୍ୟବହୃତ ହେବ କେବଳ ଗୋଟିଏ ଚାର୍ଜର । ଗତ ମଙ୍ଗଳବାର ଏହି ନୂଆ ଆଇନ ପ୍ରଣୟନ କରିଛି ୟୁରୋପୀୟ ସଂସଦ । ୟୁରୋପରେ ଏବେ ମୋବାଇଲ୍ କମ୍ପାନୀମାନଙ୍କ ପାଇଁ ସିଙ୍ଗଲ୍ ଚାର୍ଜର ରୁଲ୍ ମାନିବା ବାଧ୍ୟତାମୂଳକ କରାଯାଇଛି । ଏଣିକି ସବୁ ମୋବାଇଲରେ କେବଳ ଟାଇପ-ସି ଚାର୍ଜର ରହିବ । ତେବେ ଖୁବଶୀଘ୍ର ଏହି ନିୟମ ଭାରତରେ ମଧ୍ୟ ଲାଗୁ ହୋଇପାରେ ।
ୟୁରୋପୀୟ ୟୁନିଅନରେ ଏହି ନୂଆ ଆଇନକୁ ୬୦୨ ଭୋଟ୍ ସହ ୧୩ ଜଣ ବିରୋଧୀ ଓ ୮ଟି ମତଦାନରୁ ସମ୍ପୂର୍ଣ୍ଣ ଭୋଟ୍ ଦେଇଛନ୍ତି।ଏହା ଇ-ଆବର୍ଜନାକୁ ହ୍ରାସ କରିବ ଓ ଗ୍ରାହକଙ୍କୁ ଅଧିକ ସ୍ଥାୟୀ ବିକଳ୍ପ ଦେବା ସହିତ ନୂଆ ନିୟମ ପରିବେଶ ଓ ଗ୍ରାହକଙ୍କୁ ଉପକୃତ କରିବ। ଉଚ୍ଚମାନର ଚାର୍ଜିଂ ଓ ଡାଟା ଟ୍ରାନ୍ସଫର ପ୍ରଦାନ କରି ପୋର୍ଟେବଲ୍ ଡିଭାଇସ୍ ପାଇଁ USB ଟାଇପ୍-ସି ପୋର୍ଟ ନୂଆ ମାନକ ହେବ।
Show More

Related Articles

Back to top button