ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ସରିଲା ନିର୍ବନ୍ଧ: ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବିଗ୍‌ବସ୍‌ ଫେମ୍‌ ଏଜାଜ-ପବିତ୍ରା ପୁନିଆ

ମୁମ୍ବାଇ: ଚର୍ଚ୍ଚାରେ ବିଗ୍‌ବସ୍‌ ଫେମ୍‌ କପଲ୍‌ ଏଜାଜ ଖାନ୍‌ ଓ ପବିତ୍ରା ପୁନିଆ। ଖୁବଶୀଘ୍ର ଏ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ଏହା ପୂର୍ବରୁ ଏହି ସେଲେବ୍ରିଟି କପଲ୍‌ ଲୁଚିଛପି ନିର୍ବନ୍ଧ କରିନେଇଛନ୍ତି। ଏନେଇ ଖୋଦ୍‌ ଇସାରା ଦେଇଛନ୍ତି ଅଭିନେତ୍ରୀ ପବିତ୍ରା ପୁନିଆ। ଯାହାକୁ ନେଇ ସୋଶିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ପବିତ୍ରା ପୁନିଆ ଓ ଏଜାଜ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି। ଦୁହିଁଙ୍କ ଲଭ୍‌ ଷ୍ଟୋରୀ ବିଗ୍‌ ବସ୍‌ ସିଜନ୍‌-୧୪ରୁ ଆରମ୍ଭ ହୋଇଥିଲା। ନିକଟରେ ପବିତ୍ରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ଶେୟାର କରିଥିଲେ। ଏଥିରେ ସେ ନିଜ ହାତରେ ପିନ୍ଧିଥିବା ଦାମୀ ହୀରା ମୁଦିକୁ ଦେଖାଇଛନ୍ତି। ଆଉ କ୍ୟାପସନ୍‌ରେ ଲେଖିଛନ୍ତି ‘What’? ଏହି ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋଶିଆଲ ମିଡିଆରେ ଚର୍ଚ୍ଚା ହେଉଛି କି ଏଜାଜ ଖାନଙ୍କ ସହ ବୋଧ ହୁଏ ନିର୍ବନ୍ଧ କରିନେଇଛନ୍ତି। ଏଥିସହ ଅନେକ ୟୁଜର୍ସ ଲୁଚିଛପି ନିର୍ବନ୍ଧ କରିନେଇଛନ୍ତି କି ବୋଲି ତାଙ୍କୁ ପ୍ରଶ୍ନ କରିଛନ୍ତି। ଏତେ ସବୁ ଚର୍ଚ୍ଚା ଭିତରେ ବି ଦୁହେଁ ନୀରବ ରହିଛନ୍ତି। ନିର୍ବନ୍ଧକୁ ନେଇ ଉଭୟ କୌଣସି ଘୋଷଣା କରିନାହାନ୍ତି।

 

Show More

Related Articles

Back to top button