ଦେଶ ବିଦେଶବାଣିଜ୍ୟ

ଇଣ୍ଡିଗୋ ଏୟାରଲାଇନ୍ସରୁ ବିଦାୟ ନେବେ ରୋନୋ

ପିଟର ହେବେ ନୂଆ ସିଇଓ

ଭାରତରେ ବିମାନ ସେବା ପ୍ରଦାନ କରୁଥିବା କମ୍ପାନୀ ଇଣ୍ଡିଗୋକୁ ମିଳିବେ ନୂଆ ସିଇଓ ଅର୍ଥାତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ପିଟର ଏଲ୍‌ବର୍ସଙ୍କୁ କମ୍ପାନୀ ଏହି ପଦରେ ନିଯୁକ୍ତି ଦେବା ପାଇଁ ବୁଧବାର ଘୋଷଣା କରିଛି । ଏଲବର୍ସ ଚଳିତ ବର୍ଷ ଅକ୍ଟୋବର ୧ କିମ୍ୱା ଏହା ପୂର୍ବରୁ କାର୍ଯ୍ୟରେ ଯୋଗଦେବା ନେଇ କମ୍ପାନୀ କହିଛି । ତାଙ୍କ ନିଯୁକ୍ତିକୁ ବୋର୍ଡ ମଞ୍ଜୁରୀ ଦେଇଛି । ୨୦୧୪ ମସିହାରୁ ଏଲବର୍ସ କେଏଲ୍‌ଏମ୍‌ ଡଚ୍‌ ଏୟାରଲାଇନ୍ସର ସଭାପତି ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି । ବର୍ତ୍ତମାନ ଇଣ୍ଡିଗୋର ପରିଚାଳନା ଭାର ସମ୍ଭାଳୁଥିବା ରୋନୋଜୟ ଦତ୍ତ ସେପ୍ଟେମ୍ୱର ମାସ ୩୦ ତାରଖରେ ଅବସର ନେବା ନେଇ ନିଷ୍ପତ୍ତି ନେଇଛନ୍ତି । କୋଭିଡ୍‌ ଭଳି ବିଷମ ସ୍ଥିତିର ସଫଳ ମୁକାବିଲା କରି ସେ କମ୍ପାନୀକୁ ଏବେବି ସମ୍ଭାଳିଥିବା ଇଣ୍ଡିଗୋ ଏକ ଷ୍ଟେଟ୍‌ମେଣ୍ଟ ଜାରି କରି କହିଛି ।

ବୋର୍ଡ ଅଫ୍‌ ଡିରେକ୍ଟର୍ସ ଏବଂ ମୁଁ ରୋନୋଙ୍କ ପ୍ରତି କୃତଜ୍ଞ । କାରଣ ସେ ଆମର ବ୍ୟବସାୟକୁ ସଫଳାତପୂର୍ଣ୍ଣ ପରିଚାଳନା କରି ଆସିଛନ୍ତି । ପାଖାପାଖି ୪ ବର୍ଷ ସେ କମ୍ପାନୀକୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ସମୟ ଦେଇଛନ୍ତି । କୋଭିଡ୍‌ ଭଳି ପରିସ୍ଥିତି ଯାହାକି ଏୟାରଲାଇନ୍ସ ଇତିହାସରେ ଏକ କଳଙ୍କିତ ସମୟ ଏବଂ ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜର ସମୟ ସେତେବେଳେ ସେ କମ୍ପାନୀକୁ ସମ୍ଭାଳିଛନ୍ତି । ଅବସର ନେଇ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରାହୁଲ୍‌ ଭାଟିଆ ଏପରି ଦୁଃଖ ପ୍ରକାଶ କରିଛନ୍ତି ।

Show More

Related Articles

Back to top button