Breaking PLUSଦେଶ ବିଦେଶମୁଖ୍ୟ ଖବର

ଉତ୍ତର କୋରିଆ କରୋନା ସଂକ୍ରମଣରେ ନୂଆ ଭାରିଏଣ୍ଟର ବିପଦ ନେଇ ସତର୍କ କଲେ WHO

ଉତ୍ତର କୋରିଆରେ ଏବେ ତୀବ୍ର ରୂପ ଧାରଣ କରିଛି କରୋନା। ସପ୍ତାହକ ପୂର୍ବେ ଏଠାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟ ବଢିବାରେ ଲାଗିଛି।

ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇବା ପାଇଁ ସରକାର ଏବେ ସେନାର ସହାୟତା ନେଇଛନ୍ତି। ତେବେ ଉତ୍ତରକୋରିଆରେ ବଢୁଥିବା କରୋନା ମାମଲା ସମଗ୍ର ବିଶ୍ୱ ଲାଗି ନୂଆ ବିପଦ ହୋଇପାରେ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ସତର୍କ କରାଇଛନ୍ତି। ଉତ୍ତରକୋରିଆରେ ବଢୁଥିବା କରୋନା ମାମଲା ଏବେ ବିପଦର କାରଣ ହୋଇପାରେ। ପଡୋସୀ ଦେଶଙ୍କ ମହାମାରୀ ମାମଲା ଅଚାନକ ବଢିଯିବାର ଡବ୍ଲୁଏଚଓ ଆଶଙ୍କା କରିଥିବା ବେଳେ ଉତ୍ତରକୋରିଆ ଭଳି ଦେଶମାନଙ୍କରେ ହିଁ କୋରନାର ନୂଆ ଭାରିଏଣ୍ଟ ଲାଗି ବିପଦଜନକ ବୋଲି ସତର୍କ କରିଛନ୍ତି। ଉତ୍ତରକୋରିଆ ମଧ୍ୟ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ଅନ୍ତର୍ଗତ ଦେଶ। ହେଲେ ଏହା ଏବେ ଏକଘରକିଆ ହୋଇପଡିଛି। ପୂର୍ବରୁ ଆସିଥିବା କୋରନା ଲହରରୁ ଏହା ମୁକୁଳି ପାରିନଥିବା ବେଳେ ଏବେ ପ୍ରକୋପ କରୁଥିବା କରୋନା ଦିନକୁ ୨ ଗୁଣା ଓ ରାତିକୁ ୪ ଗୁଣା ହାରରେ ସଂକ୍ରମିତ କରୁଛି। ଏଥିରେ ଟିକାକରଣର ଅଭାବ ଓ ଚିକିତ୍ସକୀୟ ସୁବିଧାର ଅଭାବ ଏଠାରେ କରୋନା ଏବେ ବିପଦଜନକ ହୋଇପଡିଛି।

ଉତ୍ତରକୋରିଆରେ କରୋନା ଭାଇରସର ପ୍ରକୋପ ସମ୍ପର୍କରେ ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନର ଜବାବରେ ଡବ୍ଲୁଏଚଓ ନିର୍ଦ୍ଦେଶକ ମାଇକ ରାୟନ କହିଛନ୍ତି ଯେ ଯଦି କୌଣସି ଦେଶ ଉପଲବ୍ଧ ଉପାୟର ଉପଯୋଗ ନ କରେ ନିଶ୍ଚିତ ଭାବେ ଏହା ଚିନ୍ତାର ବିଷୟ। ତେବେ ଇତିମଧ୍ୟରେ କରୋନା ଉତ୍ତରକୋରିଆରେ ଅନିୟନ୍ତ୍ରିତ ହୋଇପଡିଛି। ମଙ୍ଗଳବାର ଏଠାରେ ୨ଲକ୍ଷ ୩୨ ହଜାର ୮ଶହ ୮୦ଟି ନୂଆ ମାମଲା ଆସିଛି। ଗତ ୨୪ ଘଣ୍ଟାରେ ଏଠାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି। ତେବେ ଉତ୍ତରକୋରିଆରେ ଉପୁଜିଥିବା ପରିସ୍ଥିତି ଲାଗି ଏକଛତ୍ରବାଦୀ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ ଅଧିକାରୀମାନଙ୍କୁ ଦାୟି କରିଛନ୍ତି। ତେବେ ଉପୁଜିଥିବା ପରିସ୍ଥିତିରେ ଯୋଗାଣ ଅବ୍ୟହତ ରଖିବା ଲାଗି ରାଷ୍ଟ୍ରପତି ସେନାକୁ ସହାୟତା ନେଇଛନ୍ତି।

Show More

Related Articles

Back to top button