ଓଡ଼ିଶାପାଣିପାଗମୁଖ୍ୟ ଖବର

ଆସନ୍ତା ଶୁକ୍ରବାରଠୁ କମିବ ଶୀତ

୨ ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା: ବଡ଼ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ

ଆଜିଠୁ ରାଜ୍ୟରେ ଶୀତ କମିବ । ଧୀରେ ଧୀରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ବଡ଼ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ରହିବ । ଆସନ୍ତା ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ସେହିପରି ୨୬ ପରେ ରାଜ୍ୟରେ ଆକାଶରେ ବାଦଲ ଦେଖାଯିବ । ୨୯ ଓ ୩୦ ତାରିଖ ବେଳକୁ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହେବ । ଗତ କିଛି ଦିନ ହେବ ପ୍ରବଳ ଜାଡ଼ରେ ଥରୁଥିବା ରାଜ୍ୟବାସୀ ଶୀତରୁ ପାଇବେ ମୁକ୍ତି । ଶୁକ୍ରବାରରୁ ଶୀତ କମିବ । ଧୀରେ ଧୀରେ ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ସେହିପରି ଆସନ୍ତା ୨୮ ଓ ୨୯ ତାରିଖ ବେଳକୁ ରାଜ୍ୟରେ ମେଘୁଆ ପାଗ ଦେଖାଦେବ । କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

 

winter

ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଶୁକ୍ରବାରଠୁ ରାଜ୍ୟରେ ପାଗ ବଦଳିବ । ଜାଡ଼ କମିବ । ୨୬ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ । ତେବେ ୨୯ ଓ ୩୦ ତାରିଖରେ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି । ରାଜ୍ୟକୁ ପଶ୍ଚିମା ବାୟୁ ପ୍ରବାହ ହେବ, ଯାହାର ପ୍ରଭାବରେ ସ୍ୱଳ୍ପ ବର୍ଷା ହେବ ବୋଲି ସେ କହିଛନ୍ତି । ଶୁକ୍ରବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ଡିଗ୍ରୀ ସେଲସିୟସ୍‌ରୁ ବଢ଼ି ୫ ଡିଗ୍ରୀରେ ପହଞ୍ଚିଛି । ସେହିପରି ଦାରିଙ୍ଗବାଡ଼ିରେ ଗତକାଲିର ସର୍ବନିମ୍ନ ତାପମାତ୍ରା ୪.୫ ସେଲସିୟସ୍‌ ଆଜି ଦୁଇ ଡିଗ୍ରୀ ବୃଦ୍ଧି ପାଇ ୬.୫ ସେଲସିୟସ୍‌ରେ ପହଞ୍ଚିଛି । ଝାରସୁଗୁଡ଼ାରେ ୬ରୁ ୭.୧ ସେଲସିୟସ୍‌, ସୁନ୍ଦରଗଡ଼ରେ ୬ରୁ ୭.୫ ସେଲସିୟସ୍‌, ସୋନପୁରରେ ୬.୪ରୁ ୧୦.୮ ସେଲସିୟସ୍‌, ଟିଟିଲାଗଡ଼ରେ ୬.୫ରୁ ୭.୩ ସେଲସିୟସ୍‌କୁ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Show More

Related Articles

Back to top button