
ସେ କହିଛନ୍ତି ଯାତ୍ରୀଙ୍କ ସୁବିଧା ପାଇଁ ନଗଦ କାରବାର ବନ୍ଦ କରିବା ଏବଂ ସମୟ ବଞ୍ଚାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି ।କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଡିଜିଟାଲ କାରବାରକୁ ବୃଦ୍ଧି କରିବା ପାଇଁ ଜାନୁୟାରୀ ପହିଲାରୁ ସମସ୍ତ ଯାନ ପାଇଁ ଫାସଟ୍ୟାଗ୍ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହି ନିୟମର ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଯଦି ବିନା ଫାସଟ୍ୟାଗ୍ରେ ଟୋଲ ପ୍ଲାଜାରେ ଫାସଟ୍ୟାଗ୍ ପାଇଁ ଉର୍ଦ୍ଧିଷ୍ଟ ଲେନ୍ରେ ଯାଉଛନ୍ତି ତେବେ ସେଥିପାଇଁ ୨ ଗୁଣା ଟୋଲ ଫି ଭରିବାକୁ ପଡିବ । ପ୍ରତି ଟୋଲ୍ ବୁଥ୍ରେ ଫାସଟ୍ୟାଗ୍ ନଥିବା ଗାଡିଗୁଡିକ ପାଇଁ ଅଲଗା ଲେନ୍ ରହିବ । ତେବେ ଫାସଟ୍ୟାଗ୍ କେବଳ ଜାତୀୟ ରାଜପଥ ପାଇଁ ବାଧ୍ୟତାମୂଳକ କରାଯାଇଛି ।
ଏହି ନିୟମ ରାଜ୍ୟ ରାଜପଥ ପାଇଁ ବାଧ୍ୟତାମୂଳକ ନୁହେଁ ବୋଲି ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।ଫାସଟ୍ୟାଗ୍ ହେଉଛି ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ (RFID) ଉପରେ ଆଧାରିତ ଏକ ଟ୍ୟାଗ୍ ଯାହା ଗାଡିର ୱିଣ୍ଡସ୍କ୍ରିନ୍ ଉପରେ ଲାଗାଯାଏ । ଗାଡିଗୁଡିକରେ ଲାଗିଥିବା ଏହି ଫାସଟ୍ୟାଗ୍ କେବଳ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପରିଚାଳିତ ହୁଏ । ଟୋଲ୍ ପ୍ଲାଜାରେ ଲାଗିଥିବା କ୍ୟାମେରା ଏହାକୁ ସ୍କାନ୍ କରିବାରେ ସକ୍ଷମ ହେବ ଏବଂ ଟୋଲ ଫି ଦେୟ ସ୍ୱୟଂଚାଳିତ ଭାବରେ କଟାଯିବ । ଏହା ପରେ ଟୋଲ୍ ଗେଟ୍ ଖୋଲିବ ଏବଂ ଏଥିରେ କ କୌଣସି ଅସୁବିଧା ହେବ ନାହିଁ ଏବଂ ଏହା ଖୁବ କମ ସମୟ ସାପେକ୍ଷ ।