Breaking PLUSଦେଶ ବିଦେଶମୁଖ୍ୟ ଖବର
ଏକବର୍ଷ ପର୍ଯ୍ୟନ୍ତ ସୁରକ୍ଷା ଦେବ କରୋନା ଟୀକା
ଥରେ କରୋନା ଟିକା ଦେଲେ 12 ମାସ ପର୍ଯ୍ୟନ୍ତ ମନୁଷ୍ୟ ଶରୀରକୁ ମିଳିବ କରୋନା ଠାରୁ ସୁରକ୍ଷା। ଥରେ ଟିକା ଦେଲେ ବର୍ଷେ ଯାଏଁ କରୋନାରୁ ପାଇପାରିବେ ମୁକ୍ତି। ଦେଶର ପ୍ରଥମ ସ୍ଵଦେଶୀ ଟିକାର ଦ୍ଵିତୀୟ ପର୍ଯାୟ ପରୀକ୍ଷଣ ପରେ ଏଭଳି ପରିଣାମ ଜାରି କରାଯାଇଛି। କେବଳ ସେତିକି ନୁହେଁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ଵାରା ପ୍ରସ୍ତୁତ ଟିକା କୋଭ୍ୟାକ୍ସିନ ସବୁ ବର୍ଗର ମହିଳା ପୁରୁଷଙ୍କୁ ଦିଆଯାଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଏବେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି। ଡିସେମ୍ବର 31 ସୁଦ୍ଧା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହେବ ବୋଲି ଅନୁମାନ କରାଯାଉଛି। ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଲୋକମାନଙ୍କ ଦେହରେ ନ୍ୟୁଟ୍ରଲାଇଜିଂ ଆଣ୍ଟିବଡି ସଂଖ୍ୟା ବୃଦ୍ଧି ପାଇଛି। ଏହି ଟିକା ଦୀର୍ଘ ସମୟ ଯାଏଁ ଶରୀରରେ ଆଣ୍ଟିବଡି ତିଆରି କରୁଥିବା ଦେଖିବାକୁ ମିଳିଛି।