ଦେଶ ବିଦେଶ

ଡିସେମ୍ବର ୧ ତାରିଖରୁ ବଦଳିଯିବ ଏହି ସବୁ ନିୟମ

ସମୟ ପୂର୍ବରୁ କରି ନିଅନ୍ତୁ କାମ

ଆସନ୍ତା ଡିସେମ୍ବର ପହିଲାରୁ କେତେକ ନିୟମ ପରିବର୍ତ୍ତିତ ହେବାକୁ ଯାଉଛି। ଯାହାର ସିଧା ପ୍ରଭାବ ଆପଣଙ୍କ ଉପରେ ପଡିପାରେ। କେବଳ ରୋଷେଇ ଗ୍ୟାସ୍‌ ନୁହେଁ ବ୍ୟାଙ୍କିଙ୍ଗ, ପିଏଫ ଓ ପେନସନ ସମ୍ପର୍କିତ ଅନେକ ନିୟମ ବଦଳିବାକୁ ଯାଉଛି। କୁହାଯାଉଛି ଡିସେମ୍ବର ୧ ତାରିଖରୁ ଏଲପିଜି ଦର ହ୍ରାସ ହେବ। ଯଦି ଏପରି କିଛି ହୁଏ ଆପଣଙ୍କ ରୋଷେଇ ଘର ବଜେଟ ସନ୍ତୁଳିତ ହେବ, ହେଲେ ଇପିଏଫଓ ସମ୍ପର୍କିତ ପରିବର୍ତ୍ତନ ଆପଣଙ୍କ ଲାଗି ସମସ୍ୟା ଛିଡା କରିପାରେ। ଯଦି ଆପଣଙ୍କ ଇପିଏଫ ୟୁଏଏନ ଓ ଆଧାର ଲିଙ୍କ ନ ହୋଇଛି ତେବେ ଡିସେମ୍ବର ୧ ତାରିଖ ପରେ ଆପଣଙ୍କ ପିଏଫ ଆକାଉଣ୍ଟରେ ମାସିକ ଯୋଗଦାନ ରାଶି ଜମା ହୋଇନପାରେ। ସମସ୍ୟା କେବଳ ଏତିକି ନୁହେଁ ଆପଣ ଆବଶ୍ୟକ କରୁଥିଲେ ପିଏଫ ଆକାଉଣ୍ଟରୁ ଉଠାଣ ମଧ୍ୟ କରିପାରିବେନି। ସେହିପରି ଏମ୍ପ୍ଲଇ ଡିପୋଜିଟ୍ ଲିଙ୍କ ଇନସ୍ୟୁରାନ୍ସ (ଇଡିଏଲଆଇ) ୟୁଏନ ଓ ଆଧାର ଲିଙ୍କ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

ଯଦି ଏପରି କରା ନଯାଏ କର୍ମଚାରୀଙ୍କ ପ୍ରିମିୟମ ଜମା ମଧ୍ୟ ହୋଇପାରିବନି। ଫଳରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭରେଜର କ୍ଷତି ସହିବାକୁ ପଡିବ। ସେପଟେ ଅବସରପ୍ରାପ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କ ଜୀବନ ପ୍ରମାଣପତ୍ର ଦାଖଲର ଶେଷ ତାରିଖ ମଧ୍ୟ ୩୦ ନଭେମ୍ବର। ଏହା ପରେ ହୁଏତ ଏହି ତାରିଖ ଆଗକୁ ବଢି ନପାରେ ଓ ଜୀବନ ପ୍ରମାଣପତ୍ର ଜମା କରିନଥିବା କର୍ମଚାରୀଙ୍କ ଆକାଉଣ୍ଟକୁ ପେନସନ ଆସି ନପାରେ। ଏହି ସବୁ କାମ ଆପଣ ଘରେ ବସି ମଧ୍ୟ କରିପାରିବେ। ସେପଟେ ଏସବିଆଇ କ୍ରେଡିଟ କାର୍ଡରେ କିଣାକିଣି ଡିସେମ୍ବର ମାସରୁ ମହଙ୍ଗା ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏଣୁ ଏସବିଆଇ କ୍ରେଡିଟ କାର୍ଡ ଉପଯୋଗକାରୀଙ୍କ ପକେଟ ଉପରେ ଏହା ପ୍ରଭାବ ପକାଇପାରେ । ସେହିପରି କେତେକ ଅର୍ଥଲଗାଣକାରୀ ହୋମଲୋନରେ ଅଫର ଦେଉଥିବା ଜଣାପଡିଛି। ସ୍ୱଳ୍ପ ସୁଧହାରରୁ ଆରମ୍ଭ କରି ବିନା ପ୍ରୋସେସିଂ ଫିର ମଧ୍ୟ ଅଫର ରହୁଛି। ଏମିତିରେ ବିଭନ୍ନ ବ୍ୟାଙ୍କ ସେମାନଙ୍କ ଅଫରକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ କରିଛନ୍ତି। ହେଲେ ଏଲଆଇସିର ଶେଷ ତାରିଖ ୩୦ ନଭେମ୍ବର ଧାର୍ଯ୍ୟ ହୋଇଛି। ଏଣୁ ସମୟ ଭିତରେ କାମ ନିପଟାଇ ଦେଲେ ମାସଟି ବେଶ ସୁରୁଖରୁରେ ଚଳିବାରେ କିଛି ଅସୁବିଧା ହେବନି।

Show More

Related Articles

Back to top button