Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଭାରତରେ ବିତାଇଥିବା ସମୟର ପ୍ରଶଂସା କଲେ ଫ୍ରାନ୍ସର ରାଷ୍ଟ୍ରପତି ମେକ୍ରୋ

ପିଏମ ମୋଦି କହିଲେ, ଏହା ସମ୍ମାନର କଥା

ନୂଆଦିଲ୍ଲୀ, 5 ଫେବୃଆରୀ – କର୍ତ୍ତବ୍ୟ ପଥରେ 26 ଜାନୁୟାରୀରେ ଦେଶର 75ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମେକ୍ରୋ ନିଜ ସ୍ମୃତିର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମେକ୍ରୋ ଏହାକୁ ଅସାଧାରଣ ଯାତ୍ରା କହିଛନ୍ତି । ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆପଣ ଭାରତରେ ହେବା ସମ୍ମାନର କଥା ।
ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମେକ୍ରୋ ନିଜର ଭାରତ ଯାତ୍ରାର କିଛି ମୁହୂର୍ତ୍ତର ଏକ ଭିଡିଓ ସେୟାର କରି ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଭାରତର ଏକ ଅସାଧାରଣ ଉପରେ ଏକ ନଜର । ପ୍ରଧାନମନ୍ତ୍ରୀ ମୋଦି ଏହି ଭିଡିଓକୁ ଏକ୍ସ ହ୍ୟାଣ୍ଡେଲରେ ସେୟାର କରି ଲେଖିଛନ୍ତି ଯେ, ‘ରାଷ୍ଟ୍ରପତି ଜୀ ଆପଣ ଭାରତରେ ହେବ ସମ୍ମାନର କଥା ଅଟେ । ଆପଣଙ୍କ ଯାତ୍ରା ଓ ଗଣତନ୍ତ୍ର ଦିବସ ସମାରୋହରେ ଭାଗିଦାରିରୁ ନିଶ୍ଚିତ ଭାବେ ଭାରତ-ଫ୍ରାନ୍ସ ମିତ୍ରତା ବୃଦ୍ଧି ପାଇଛି ।

Show More

Related Articles

Back to top button