ଓଡ଼ିଶା

କାନପୁର ଦେହାତରେ ଭାରସାମ୍ୟ ହରାଇ ନାଳକୁ ଖସିଲା କାର, 6 ମୃତ

କାନପୁର, 5 ଫେବୃଆରୀ – ଉତ୍ତର ପ୍ରଦେଶର କାନପୁର ଦେହାତ ଜନପଦର ସିକନ୍ଦରା ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶରୁ ଫେରୁଥିବା ଏକ କାର ସନ୍ଦଲପୁର ମାର୍ଗର ଜଗନ୍ନାଥପୁର ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିପଡି ନାଳକୁ ଖସିପଡିଛି । ସ୍ଥାନୀୟ ଲୋକେ ଦୁର୍ଘଟଣା ଦେଖିବା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି କାରରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ଡାକ୍ତର 6ଜଣ ଲୋକଙ୍କୁ ମୃତ ଘୋଷଣା କରିଛନ୍ତି । ଦୁଇଜଣ ଶିଶୁଙ୍କ ଚିକିତ୍ସା ଜାରି ରହିଛି ।

Show More

Related Articles

Back to top button