Breaking PLUSଦେଶମୁଖ୍ୟ ଖବର

ଜେପି ନଡ୍ଡା ଓ ଅମିତ ଶାହଙ୍କୁ ଭେଟିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, 5 ଫେବୃଆରୀ- ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ଦିଲ୍ଲୀରେ ସୋମବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି ।
ଏନେଇ ମାଣିକ ସାହା ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ, ଆମେ ଆଗାମୀ ଲୋକସଭା ନିର୍ବାଚନ ଓ ରାଜ୍ୟର ସଙ୍ଗଠନାତ୍ମକ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ । ତ୍ରିପୁରାରେ ପୁଣି ଥରେ ଦ୍ୱିତୀୟ ଥର ପଦ୍ମ ଫୁଟାଇବାକୁ ପ୍ରତିବଦ୍ଧ ଅଛୁ ।
ସୋମବାର ନୂଆ ସଂସଦ ଭବନରେ ମାଣିକ ସାହା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ସମୟରେ ତ୍ରିପୁରାର ବିକାଶାତ୍ମକ ବିଷୟ ଉପରେ ଆଲୋଚନା ହୋଇଛି ଏବଂ ଆଗାମୀ ଲୋକସଭା 2024 ଉପରେ ବିସ୍ତୃତ ଭାବେ ଚର୍ଚ୍ଚା ହୋଇଛି ।

Show More

Related Articles

Back to top button