Breaking PLUSଦେଶ ବିଦେଶମୁଖ୍ୟ ଖବର

ଟୋକିଓ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବରଫପାତ ପୂର୍ବାନୁମାନ, 89 ବିମାନ ରଦ୍ଦ

ଟୋକିଓ, 5 ଫେବୃଆରୀ – ଜାପାନର ରାଜଧାନୀ ଟୋକିଓ ଓ ଏହାର ଆଖପାଖ ଅଂଚଳରେ ସୋମବାର ଓ ମଙ୍ଗଳବାର ପ୍ରବଳ ବରଫପାତର ପୂର୍ବାନୁମାନ କରାଯାଇଛି । ଏହି କାରଣରୁ ପରିବହନ ନେଟୱର୍କ ଉପରେ ପ୍ରଭାବ ପଡିବା ନେଇ ଚେତାବନୀ ଜାରି କରାଯାଇଛି । ଜାପାନ ପାଣିପାଗ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବରଫପାତ କାରଣରୁ ସକାଳେ ଓ ସନ୍ଧ୍ୟାରେ ଲୋକଙ୍କୁ କାମ କରିବାର ଓ ସ୍କୁଲ ପିଲାଙ୍କୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବାରେ ସମସ୍ୟା ହୋଇପାରେ ।
ଜାପାନ ଏୟାରଲାଇନ୍ସ ସୋମବାର ହାନେଡା ଏୟାରପୋର୍ଟରୁ ଯାତାୟତ କରୁଥିବା 55 ଉଡାଣ ଓ ଅଲ୍ ନିପ୍ପନ ଏୟାରୱେଜରୁ 34 ଉଡାଣ ରଦ୍ଦ କରିଛି । ଟ୍ରେନ ମଧ୍ୟ ରଦ୍ଦ ହେବାର ସମ୍ଭାବନା ରହିଛି । ମେଟ୍ରୋପଲିଟାନ ଏକ୍ସପ୍ରେସ ୱେ ଓ ଇଷ୍ଟ ନିପ୍ପନ ଏକ୍ସପ୍ରେସ ୱେର ରାସ୍ତା ମଧ୍ୟ ବନ୍ଦ ହେବାର ସମ୍ଭାବନା ରହିଛି ।

Show More

Related Articles

Back to top button