Breaking PLUSଦେଶମୁଖ୍ୟ ଖବର

ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଫେବୃୟାରୀ 22 ଯାଏ ବୃଦ୍ଧି

ନୂଆଦିଲ୍ଲୀ, 5 ଫେବୃଆରୀ – ମନୀଷ ସିସୋଦିଆଙ୍କୁ ଏବେ ନାହିଁ ଆଶ୍ୱସ୍ତି । ଫେବୃୟାରୀ 22 ଯାଏ ବଢିଲା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ । ସ୍ପେଶାଲ ଜଜ ଏମକେ ନାଗପାଲ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଫେବୃୟାରୀ 22 ଯାଏ ବୃଦ୍ଧି କରିଛନ୍ତି ।
ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଆଜି ଶେଷ ହେଉଥିଲା, ଯାହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆଜି ସିବିଆଇ ସିସୋଦିଆଙ୍କ ପାରୋଲ କଷ୍ଟଡି ପିଟିସନକୁ ବିରୋଧ କରି କହିଥିଲା ଯେ, ମାମଲାର ତଦନ୍ତ ଏବେ ଜାରି ରହିଛି, ଯାହାକି ଗୁରୁତ୍ୱପୂର୍ଣ୍ଣ ମୋଡରେ ରହିଛି । କିଛି ସନ୍ଦିଗ୍ଧଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି ।

Show More

Related Articles

Back to top button