Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନର ଥାନା ଉପରେ ଆତଙ୍କବାଦୀ ଆକ୍ରମଣ, 10 ପୋଲିସ କର୍ମୀ ନିହତ

ଇସଲମାବାଦ, 5 ଫେବୃଆରୀ – ପାକିସ୍ତାନର ଖୈବର ପଖ୍ତୁନଖ୍ୱା ଅଞ୍ଚଳରେ ଏକ ଥାନା ଉପରେ ଆଜି ଭୋର ପ୍ରାୟ 3ଟା ସମୟରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏଥିରେ 10ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ହୋଇଛି । ଏହି ଆତଙ୍କବାଦୀ ଆକ୍ରମଣ ଡେରା ଇସମାଇଲ ଖାନ ଜିଲ୍ଲାର ତହସିଲ ଦରବାନର ଚୋଡୱାନ ପୋଲିସ ଷ୍ଟେସନ ଉପରେ ହୋଇଥିଲା । ଏହି ଆକ୍ରମଣରେ ଅନ୍ୟ 6ଜଣ ଆହତ ହୋଇଛନ୍ତି ।
ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଫେବୃୟାରୀ 8ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏହି ଘଟଣାକୁ ସ୍ଥାନୀୟ ସରକାର ନିନ୍ଦା କରିଛି । ଏହି ହମ୍‌ଲା ପରେ ଖୈବର ପଖତୁନଖା ଓ ବେଲୁଚିସ୍ତାନରେ ସୁରକ୍ଷା ଚିନ୍ତା ବୃଦ୍ଧି ପାଇଛି ।

Show More

Related Articles

Back to top button