Breaking PLUSଓଡ଼ିଶାମୁଖ୍ୟ ଖବର

କଣ୍ଟେନର ଧକ୍କାରେ ଦୁଇ ମୃତ, କ୍ଷତିପୁରଣ ଦାବିରେ ରାସ୍ତାରୋକ

ଭବାନୀପାଟଣା: ଆଜି ବିଶ୍ଵନାଥପୁର ଥାନା ଢ଼େପଗୁଡ଼ା ଜଙ୍ଗଲ ରେ ଏକ କଣ୍ଟେନର ଧକ୍କା ରେ ଦୁଇଜଣ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ନିକଟସ୍ଥ ପୋଖରିବନ୍ଧ ଗାଁ ର ପଦ୍ମଲୋଚନ ପାତ୍ର (୪୦) ଏବଂ ଅରୁଣ ଧଙ୍ଗଡାମାଝୀ (୩୫) ବୋଲି ଜଣା ପଡିଛି। ଆଜି ସକାଳୁ ଉଭୟେ ରାଜ ମିସ୍ତ୍ରୀ କାମ କରିବାକୁ ନର୍ଲା ଗରକୁଲ ଗାଁକୁ ଯାଉଥିଲେ।

ଏହି ସମୟରେ ଏକ ଆଲୁମିନା ଗୁଣ୍ଡ ବୋଝେଇ କଣ୍ଟେନର ଉଭୟଙ୍କୁ ଧକ୍କା ଦେଇଥିବା କୁହାଯାଉଛି। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। କ୍ଷତି ପୁରଣ ଦାବିକରି ମୃତକ ଙ୍କ ପରିବାର ଲୋକେ ରାସ୍ତା ରୋକୋ କରିଛନ୍ତି। ଫଳରେ ରାୟଗଡାରୁ ଭବାନିପାଟଣା କୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହେଇଛି।

ବିଶ୍ଵନାଥପୂର ଥାନା ପୋଲିସ, ତହସିଲଦାର ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଛିନ୍ତି। ତେବେ କ୍ଷତିପୁରଣ ଦାବୀରେ ରାସ୍ତା ରୋକୋ ଜାରି ରହିଛି। ଦୁର୍ଘଟଣା ପରେ କଣ୍ଟେନର ଡ୍ରାଇଭର ଫେରାର ଅଛି।

Show More

Related Articles

Back to top button