Breaking PLUSଦେଶମୁଖ୍ୟ ଖବରରାଜନୀତି

ନିର୍ବାଚନ ସମୟରେ ପ୍ରଚାରରେ ପିଲାମାନଙ୍କର ବ୍ୟବହାରକୁ ନେଇ ନିର୍ବାଚନ ଆୟୋଗଙ୍କ କଠୋର ନିର୍ଦ୍ଦେଶ

ନୂଆଦିଲ୍ଲୀ, ୦୫ ଫେବୃୟାରୀ – ନିର୍ବାଚନ ସମୟରେ ଅଭିଯାନରେ ପିଲାମାନଙ୍କର ବ୍ୟବହାରକୁ ନେଇ ନିର୍ବାଚନ ଆୟୋଗ ଦଳ, ପ୍ରାର୍ଥୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏହି ଚିଠିରେ ତାଙ୍କୁ ଆୟୋଗର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ସୂଚନା ଦିଆଯାଇଛି ।

ଆୟୋଗ ଦ୍ୱାରା ଜାରି ବିବୃତିରେ କୁହାଯାଇଛି ଯେ, ରାଜନୈତିକ ଦଳ ତଥା ପ୍ରାର୍ଥୀମାନେ ପିଲାମାନଙ୍କୁ କୌଣସି ପ୍ରକାର ରାଜନୈତିକ ଅଭିଯାନ ତଥା ସମାବେଶରେ ବ୍ୟବହାର ନ କରିବା ଉଚିତ ।

ଆୟୋଗ କହିଛନ୍ତି ଯେ, ରାଲି, ସ୍ଲୋଗାନ ଦେବା, ପୋଷ୍ଟର ବା ପାମ୍ପଲେଟ ବଂଟନ କିମ୍ବା ଅନ୍ୟ କୌଣସି ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକଳାପ ସହିତ ପିଲାମାନଙ୍କୁ କୌଣସି ପ୍ରକାର ନିର୍ବାଚନ ପ୍ରଚାରରେ ସାମିଲ ନ କରିବାକୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି । ରାଜନେତା ଏବଂ ପ୍ରାର୍ଥୀମାନେ ପିଲାମାନଙ୍କୁ କୌଣସି ପ୍ରକାରେ ଅଭିଯାନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିବା ଉଚିତ୍ ନୁହେଁ, ଯେପରିକି ପିଲାକୁ ଧରି ରଖିବା, ପିଲାଙ୍କୁ ଗାଡ଼ିରେ ନେବା କିମ୍ବା ରାଲିରେ ଯୋଗ ଦେବା ।

Show More

Related Articles

Back to top button