ଦେଶପାଣିପାଗମୁଖ୍ୟ ଖବର

ଆସାମରେ ବଜ୍ରଘାତରେ ୧୪ ଜଣଙ୍କ ମୃତ୍ୟୁ

ଆଗାମୀ ଦୁଇ ଦିନରେ ପାଗ ଆହୁରି ଖରାପ ରହିବା ସହିତ ପ୍ରବଳ ବର୍ଷାର ସମ୍ଭାବନା

ଗୌହାଟୀ : ଆସାମରେ ବଜ୍ରଘାତରେ ୧୪ ଜଣଙ୍କ ମୃତ୍ୟୁ । ଗତ ୨୪ ଘଣ୍ଟା ମଧ୍ୟରେ ଆସାମରେ କାଳବୈଶାଖୀ ତାଣ୍ଡବ ରଚିଥିଲା । ଏହି ସମୟରେ ପ୍ରବଳ ଝଡ ବର୍ଷା ସାଙ୍ଗକୁ ବଜ୍ରାଘାତ ହୋଇଥିଲା । ଯାହା ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି କିଛି ମହିଳାଙ୍କ ସମେତ ଶିଶୁମାନେ ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ବହୁଳ ପରିମାଣରେ କ୍ଷୟକ୍ଷତି ଘଟିଛି । ବିଗତ ଦୁଇ ଦିନ ଧରି ପ୍ରବଳ ବଜ୍ରପାତ ଏବଂ ବର୍ଷା ଯୋଗୁଁ ଗୋଲପାରା, ବାରପେଟା, ଦିବ୍ରୁଗଡ଼, ନଲବାଡି ଜିଲ୍ଲାରେ ଅନେକ ଘର ନଷ୍ଟ ହୋଇଯିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ସ୍ଥାନରେ ଗଛ ଏବଂ ବିତ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡିଥିବାରୁ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବାସହ ଅସହ୍ୟ ଗରମ ମଧ୍ୟରେ ଲୋକଙ୍କୁ ରହିବାକୁ ପଡ଼ୁଛି।

ଅନ୍ୟପକ୍ଷେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦୁଇ ଦିନରେ ପାଗ ଆହୁରି ଖରାପ ରହିବା ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅରୁଣାଚଳ ପ୍ରଦେଶ, ଆସାମ, କେରଳ, ତାମିଲନାଡୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Back to top button