Breaking PLUSଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଅସହ୍ୟ ତାତିରେ ପାଣି ଟୋପେ ପାଇଁ ଦହଗଞ୍ଜ ହେଉଛନ୍ତି ଗ୍ରାମବାସୀ

ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଛି ହେଲେ ଆସୁନି ପାଣି ।

ସୁବର୍ଣ୍ଣପୁର: ପାଣି ଟୋପେ ପାଇଁ ଆଉଟପାଉଟ ହେଉଛନ୍ତି ଉପାନ୍ତବାସୀ । ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଛି ହେଲେ ଆସୁନି ପାଣି । ଫଳରେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ । ୪୪ ଡିଗ୍ରୀ ତାତିରେ ଦେଢ କିମି ଦୂରରୁ ଚୁଆ ପାଣି ଆଣି ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ । ପାଣି ଟୋପେ ପାଇଁ ବିକଳ ହେଉଛନ୍ତି ଲୋକେ । ମୁଣ୍ଡ ଉପରେ ଖରା ତାତି । ଆଉ ପାଦ ତଳେତତଲା ବାଲି । ପାଣି ଟୋପେ ପାଇଁ ଦେଢ କିମି ଚାଲି ଚାଲି ଯାଉଛନ୍ତି । ଶୁଖିଯାଉଛି ଗଳା । ହେଲେ ପାଣି ଟୋପାଏ ପାଇଁ ପଚାରିବାକୁ କିଏ ନାହିଁ ? । ବର୍ଷ ବର୍ଷ ଧରି ଦୁର୍ଦ୍ଦଶା ଭୋଗୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟା ଗାଁ । ୪୪ ଡିଗ୍ରୀ ଖରାରେ ରାସ୍ତା ଯାଇ ସୁଖିଲା ସରୁବାରଲି ଯୋରରୁ ଚୁଆ ଖୋଳି ପାଣି ଆଣିଥାନ୍ତି ମହିଳା । ଛୋଟ ଛୋଟ ଚୁଆରୁ ପାଣି ସାଉଣ୍ଟି ସାଉଣ୍ଟି ଗରା, ବାଲ୍ଟି ଭରି ବୋହି ଆଣିଥାନ୍ତି । ଏହି ପାଣି ପିଇବା, ଆଉ ଏଥିରେ ଗାଧୋଇବା ସବୁ କାମ କରିଥାନ୍ତି ଗ୍ରାମବାସୀ ।୬ ହଜାର ଲୋକ ସଂଖ୍ୟା ଏହି ଗାଁକୁ ଓଭର ହେଡ ଟ୍ୟାଙ୍କ ଅଛି, ଗାଁ ସାରା ପାଇପ ବିଛା ହୋଇଛି । ଷ୍ଟାଣ୍ଡ ପୋଷ୍ଟ ବି ଅଛି ହେଲେ ଆସୁନି ଆବଶ୍ୟକ ମୁତାବକ ପାଣି । ଯେଉଁ ପାଣି ଆସୁଛି ତାହା ବି ପିଇବା ଯୋଗ୍ୟ ନୁହେଁ ।

 

 

Show More

Related Articles

Back to top button