Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ସାଧାରଣ ଲୋକଙ୍କ ସାହାର୍ଯ୍ୟ ନିମନ୍ତେ ପ୍ରଧାନମନ୍ତ୍ରୀ ବୀମା ଯୋଜନା

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଉପକୃତ ହେଉଛନ୍ତି ଲୋକ ।

ପ୍ରଧାନମନ୍ତ୍ରୀ ରାଜ୍ୟରେ ସାଧାରଣ ଗରିବ, ଦିନ ମଜୁରିଆ, ଅଶିକ୍ଷିତ, ଦଳିତ ବର୍ଗ ଓ ମହିଳାମାନଙ୍କ ଭବିଷ୍ୟତକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, କୋଠାବାଡି ନିର୍ମାଣ ଶ୍ରମିକ, ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା , ଜନନୀ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାମାନ ଆରମ୍ଭ କରିଛନ୍ତି । ଏହି ଯୋଜନାର ସୁଫଳ ସାଧାରଣ ଲୋକେ ପାଇବା ସହିତ ତାଙ୍କ ଆର୍ଥୀକ ଅଭିବୃଦ୍ଧି ପାଇଁ ମୋଦି ସରକାର କାର୍ଯ୍ୟରତ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଓଡିଶାର ୭୪ଲକ୍ଷ ୨୦ ହଜାର ୬୬୫ ପରିବାର ସାମିଲ ହୋଇ ସିଧାସଳଖ ଭାବେ କେନ୍ଦ୍ରୀୟ ଆର୍ଥିକ ସହାୟତାରେ ଲାଭବାନ ହେଉଛନ୍ତି । ଏଥି ସହ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଉପକୃତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଉଦ୍ୟୋଗୀମାନଙ୍କୁ ଋଣ ଯୋଗାଇ ଦେବା ମୋଦି ସରକାରଙ୍କ ଆର୍ଥିକ ପଛୁଆ ବର୍ଗଙ୍କ ବିକାଶ ପାଇଁ ଅନ୍ୟ ଏକ ପ୍ରମୁଖ ପ୍ରତିବଦ୍ଧତା । ଏହା ବ୍ୟତୀତ ଷ୍ଟାଣ୍ଡ ଅଫ ଇଣ୍ଡିଆ ଯୋଜନା ଜରିଆରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଏସସି / ଏସଟି ଏବଂ ମହିଳାବର୍ଗଙ୍କ ପାଇଁ ୧୪୫୦୦ କୋଟି ଟଙ୍କାର ଋଣ ଯୋଗାଇ ଦେଇଛନ୍ତି ମୋଦି ସରକାର । ଡିବିଟି ଜରିଆରେ ଗରୀବଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ଭାବେ କେନ୍ଦ୍ରୀୟ ଆର୍ଥିକ ସହାୟତ ଆସୁଥିବାରୁ ବାଟମାରଣା ଉପରେ ରୋକ ଲଗାଯାଇପାରିଛି ଏବଂ ଗରୀବଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

 

Show More

Related Articles

Back to top button