ଓଡ଼ିଶା

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପୁଣ୍ୟତିଥି, ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ସୋନିଆ ଗାନ୍ଧି, ଖଡଗେ

ନୂଆଦିଲ୍ଲୀ- ଆଜି ହେଉଛି ଭାରତର ପୂର୍ବତନ ତଥା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କ କଂଗ୍ରେସର ନେତାମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆଜି ସକାଳେ ଇନ୍ଦିରା ପରିବାରର ବୋହୂ ସୋନିଆ ଗାନ୍ଧି ଓ ନାତି ରାହୁଲ ଗାନ୍ଧିଙ୍କ ସମେତ ଦଳର ଅଧ୍ୟକ୍ଷ ଖଡଗେ ଓ ଅନ୍ୟ ବରିଷ୍ଠ ନେତାମାନେ ମଙ୍ଗଳବାର ସକାଳେ ଶକ୍ତିସ୍ଥଳ ପହଞ୍ଚି ଇନ୍ଦିରା ଗାନ୍ଧିଙ୍କ ସମାଧି ପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମରଣ କରି ଖଡଗେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସଶକ୍ତ ଏବଂ ପ୍ରଗତିଶୀଳ ଭାରତ ନିର୍ମାଣରେ ଦୃଢ ଇଚ୍ଛାଶକ୍ତି, ଦକ୍ଷ ନେତୃତ୍ୱ, ଅଦ୍ୱିତୀୟ କାର୍ଯ୍ୟଶୈଳୀ ଏବଂ ଦୂରଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଆମର ଆଦର୍ଶ, ଇନ୍ଦିରା ଗାନ୍ଧିଙ୍କ ବଳିଦାନ ଦିବସରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

Show More

Related Articles

Back to top button