Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପିଏମ

କେୱଡିଆ-ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ନର୍ମଦା ଜିଲ୍ଲାର କେୱଡିୟାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଲୌହମାନବଙ୍କ ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତିର ଚରଣ ଛୁଇଁ ପ୍ରଣାମ କରିଛନ୍ତି ।
ଷ୍ଟାଚ୍ୟୁ ଅଫ୍ ୟୁନିଟିର ପରିସରରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ସମସ୍ତଙ୍କୁ ଏକତାର ଶପଥ ପାଠ କରାଇଛନ୍ତି ପିଏମ ମୋଦି । ଏହି କାର୍ଯ୍ୟକ୍ରମରେ ସୀମା ସୁରକ୍ଷା ବଳ, ପୋଲିସ ବଳ ଭାଗ ନେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେୱଡିୟାର ହେଲିପ୍ୟାଡଠାରେ ଓହ୍ଲାଇଥିଲେ । ସ୍ଥାନୀୟ ପ୍ରଶାସନ ଓ ସଚିବମାନେ ପିଏମଙ୍କର ସ୍ୱାଗତ କରିଥିଲେ । ଏଠାରେ ସେ ସିଧା ଷ୍ଟାଚ୍ୟୁ ଅଫ୍ ୟୁନିଟି ସ୍ଥାନକୁ ଯାଇଥିଲେ । ସେଠାରେ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେବା ପରେ ପରେଡ ଗ୍ରାଉଣ୍ଡରେ ପହଞ୍ଚି ରାଷ୍ଟ୍ରୀୟ ଏକତା ପରେଡର ଅଭିବାଦନ ଗ୍ରହଣ କରିଥିଲେ ।

Show More

Related Articles

Back to top button