Breaking PLUSଓଡ଼ିଶାମୁଖ୍ୟ ଖବର

ଟ୍ରେନ ଦୁର୍ଘଟଣାର ଆହତଙ୍କୁ ଭେଟିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର- ବିଜୟନଗରମରେ ଟ୍ରେନ ଦୁର୍ଘଟଣା ଘଟଣା । ଟ୍ରେନ ଦୁର୍ଘଟଣାରେ ଆହତଙ୍କୁ ଭେଟିଛନ୍ତି ଓଡିଶା ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ସେ ଆଜି ବିଜୟନଗରମ ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ହସ୍ପିଟାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି । ମନ୍ତ୍ରୀଙ୍କ ସହ ଅତିରିକ୍ତ ଏସଆରସି ମଧ୍ୟ ଯାଇଥିବା ସୂଚନା ମିଳିଛି ।

Show More

Related Articles

Back to top button