Breaking PLUSଦେଶ ବିଦେଶମୁଖ୍ୟ ଖବର

ଅନିର୍ଦ୍ଦିଷ୍ଟ କାଳ ଯାଏ ରାଘବ ଚଡ୍ଡାଙ୍କ ନିଲମ୍ବନକୁ ନେଇ ଚିନ୍ତାପ୍ରକଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ- ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଡ୍ଡାଙ୍କୁ ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ନିଲମ୍ବନକୁ ନେଇ ସୁପ୍ରିମକୋର୍ଟ ଚିନ୍ତାପ୍ରକଟ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଗୃହରେ ରାଘବ ଚଡ୍ଡା ବିରୋଧୀଙ୍କ ସ୍ୱରର ପ୍ରତିନିଧିତ୍ୱ କରିଥାନ୍ତି । ଗୃହରେ ଏଭଳି ସ୍ୱରର ପ୍ରତିନିଧିତ୍ୱ ହେବା ପାଇଁ ଏହାକୁ ନେଇ ଆମେ ସତର୍କ ରହିବା ଉଚିତ ।
ତେବେ କହିଛନ୍ତି ଯେ, ଆମେ ବିଶେଷ ଅଧିକାର ଉଲ୍ଲଂଘନ କିମ୍ବା ଅଧିକାର କମିଟିର ଅଧିକାର ଅଧୀନରେ ହସ୍ତକ୍ଷେପ କରିବୁ ନାହିଁ । ରାଜ୍ୟସଭାରୁ ରାଘବ ଚଡ୍ଡାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବନ ପ୍ରସଙ୍ଗ କୋର୍ଟରେ ଅଛି।
ରାଘବ ଚଡ୍ଡା କ୍ଷମା ମାଗିବାକୁ ପ୍ରସ୍ତୁତ ଅଛନ୍ତି କି ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏହା ଉପରେ ରାଘବଙ୍କ ଓକିଲ ରାକେଶ ଦ୍ୱିବେଦୀ କହିଥିଲେ ଯେ ସେ ଉଭୟ ରାଜ୍ୟସଭା ଅଧ୍ୟକ୍ଷ ଏବଂ କୋର୍ଟଙ୍କ ସମ୍ମୁଖରେ କ୍ଷମା ମାଗିବାକୁ ପ୍ରସ୍ତୁତ ଅଛନ୍ତି।

Show More

Related Articles

Back to top button