Breaking PLUSଦେଶମୁଖ୍ୟ ଖବର

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ବିୟୋଗ

ମୁମ୍ବାଇ, 23 ଫେବୃଆରୀ – ପରଲୋକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଲୋକସଭା ଅଧ୍ୟକ୍ଷ ମନୋହର ଯୋଶୀ । ଆଜି ଭୋରରେ ପିଡି ହିନ୍ଦୁଜା ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟ ବେଳକୁ ତାଙ୍କୁ 86 ବର୍ଷ ବୟସ ହୋଇଥିଲା । ହାର୍ଟ ଆଟାକ କାରଣରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି ।
ପିଡି ହିନ୍ଦୁଜା ହସ୍ପିଟାଲ ପକ୍ଷରୁ ଗୁରୁବାର ଜାରି ଏକ ବୟାନରେ କୁହାଯାଇଥିଲା, ଯୋଶୀ ଗମ୍ଭୀର ଭାବେ ଅସୁସ୍ଥ ଥିଲେ । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଶିବସେନାର ଦିଗଜ ନେତା ଯୋଶୀଙ୍କୁ ଗତବର୍ଷ ମେ ମାସରେ ବ୍ରେନ ହାମରେଜ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯୋଶୀ 1995ରୁ 1999 ଯାଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ସେ ସଂସଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲା, ଏବଂ 2002ରୁ 2004 ଯାଏ ଲୋକସଭା ଅଧ୍ୟକ୍ଷ ଥିଲେ ।

Show More

Related Articles

Back to top button