Breaking PLUSଦେଶମୁଖ୍ୟ ଖବର

ଛତିଶଗଡ କୋରବାରେ କୋଇଲା ଖଣିରୁ ମାଟି ଧସି ତିନି ମୃତ

ରାୟପୁର , 23 ଫେବୃଆରୀ-ଛତିଶଗଡର କୋରବା ଜିଲ୍ଲାରେ ଏସଇସିଏଲର ଦୀପିକା କୋଇଲା ଖଣିରେ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ମାଟି ଧସିବା କାରଣରୁ ତିନିଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ପ୍ରଶାସନ ହତାହତଙ୍କ ସଂଖ୍ୟା ନେଇ ସ୍ପଷ୍ଟ କରିଛି । ଏସଇସିଏଲ କହିଛି ଯେ, ଏହି ଯୁବକମାନେ କୋଇଲା ଚୋରି କରିବା ପାଇଁ ଏହା ଭିତରକୁ ଯାଇଥିଲେ ।
ହରିଦିବାଜାର ଥାନା ପୋଲିସ ଅନୁସାରେ, ସୁଭାଭୋଡି ଅଂଚଳରେ ବମ୍ହିନିକୋନାର ବାସିନ୍ଦା ପାଂଚ ଯୁବକ ସାଇକେଲରେ କୋଇଲା ନେବା ପାଇଁ ଖଣି ଭିତରକୁ ଯାଇଥିଲେ । 5ଜଣରୁ ତିନି ଜଣ ଯୁବକ ମାଟି ଧସିବା କାରଣରୁ ଏହା ଭିତରେ ଦବି ଯାଇଥିଲେ । 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button