Breaking PLUSଦେଶମୁଖ୍ୟ ଖବର

ବାରଣାସୀରେ ଫୁଲୱରିୟା ଫ୍ଲାଏଓଭରର ନିରୀକ୍ଷଣ କଲେ ପିଏମ ମୋଦି

ବାରଣାସୀ, 23 ଫେବୃଆରୀ- ଗୁରୁବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ କ୍ଷେତ୍ର ବାରଣାସୀରେ ପହଞ୍ଚିବା ପରେ ପାଦରେ ଚାଲି ଚାଲି ଯାଇ ଫୁଲୱରିଆ ଫ୍ଲାଇଓଭରର ନିରୀକ୍ଷଣ କରିଛନ୍ତି । ଏହି ସମୟରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ଥିଲେ ।
ବାବତପୁର ଏୟାରପୋର୍ଟରୁ ବରେକା ଯିବା ସମୟରେ ଫୁଲୱରିୟା ଫ୍ଲାଏଓଭରରେ ହଠାତ୍ ପିଏମଙ୍କ କାଫିଲା ଅଟକିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନିଜ ଗାଡିରୁ ଓହ୍ଲାଇ ମୁଖ୍ୟମନ୍ତ୍ରୀଙ୍କ ସହ ଚାଲି ଚାଲି ଯାଇ ଫ୍ଲାଓଭରର ମଜୁବତର ଅନୁଧ୍ୟାନ କରିଥିଲେ । ଏହା ଦେଖି ପୋଲର ଆଖପାଖରେ ଠିଆ ହୋଇଥିବା ବେଳେ ହର୍ ହର ମହାଦେବ ନାରା ଲଗାଇ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ହାତ ଯୋଡି ଅଭିବାଦନ ଗ୍ରହଣ କରିଥିଲେ ।

Show More

Related Articles

Back to top button