Breaking PLUSଓଡ଼ିଶାମୁଖ୍ୟ ଖବର

ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଛୁରାମାଡ

ଭୁବନେଶ୍ୱର- ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଛୁରାମାଡ କରାଯାଇଛି । ଭଦ୍ରକ ସହରରେ ଥିବା ତାଙ୍କ ଘରେ ଦୁର୍ବୃତ୍ତମାନେ ଛୁରାମାଡ କରିଛନ୍ତି । ଚୋରୀ ଘଟଣାକୁ ନେଇ ଏହି ଛୁରାମାଡ କରାଯାଇଥିବା ସନ୍ଦେହ କରାଯାଉଛି ।
ଡାକ୍ତର ରଘୁନାଥ ପାଢୀ ଅବସର ପରେ ଭଦ୍ରକରେ ରହୁଥିଲେ । ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ ଶରୀରର ୭ରୁ ଅଧିକ ସ୍ଥାନରେ ଛୁରାଘାତର ଚିହ୍ନ ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Show More

Related Articles

Back to top button