Breaking PLUSଦେଶ ବିଦେଶମୁଖ୍ୟ ଖବର

ଗାଜାରେ ମାନବୀୟ ସହାୟତା ବଢାଇବା ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ମତଦାନ କରିପାରେ ଆମେରିକା

ୱାଶିଂଟନ- ଗାଜାରେ ସହାୟତା ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ମତଦାନ କରିପାରେ ଆମେରିକା ।ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ଉପରେ ବୁଝାମଣା ନିମନ୍ତେ ଗତକାଲି ମିଶର ସହିତ ଉଚ୍ଚସ୍ତରୀୟ ଆଲୋଚନା କରିଛି ଆମେରିକା । ଯଦି ପ୍ରସ୍ତାବ ପାରିତ ହୁଏ, ତେବେ ଗାଜାକୁ ଅଧିକ ମାନବୀୟ ସହାୟତା ମିଳିପାରିବ ।
ଆମେରିକାର ପ୍ରମୁଖ ଖବର କାଗଜ ଦ ନ୍ୟୁୟର୍କ ଟାଇମ୍ସ ମୁତାବକ ମିଳିତ ଜାତିସଂଘରେ ଆମେରିକା ଉପରାଜଦୂତ ରବର୍ଟ ଭୁଡ କହିଛନ୍ତି ଯେ, ଆମେରିକା ଏବେ ବି ଆଲୋଚନା ଜାରି ରଖିଛି । ଯେଉଁଥିରେ ଯୁଦ୍ଧ ରୋକିବାକୁ ଆହ୍ୱାନ କରାଯାଇଛି , ଆମେରିକା ସେହି ପ୍ରସ୍ତାବ ଉପରେ ଦସ୍ତଖତ କରିବା ପକ୍ଷରେ ନୁହେଁ ।

Show More

Related Articles

Back to top button