Breaking PLUSଓଡ଼ିଶାମୁଖ୍ୟ ଖବର

କାଲିଠୁ କମିବ ଶୀତ

କାଲି ପରଠୁ କମିବ ଶୀତ, ବଢିବ କୁହୁଡ଼ି । ରାଜ୍ୟ ବାସୀଙ୍କୁ ଜାଡ଼ରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ସପ୍ତାହେ ଧରି ଲାଗି ରହିଥିବା ଶୀତର ପ୍ରକୋପ ଆସନ୍ତା କାଲି ଯାଏଁ ରହିବ । ୨୩ ତାରିଖ ସକାଳୁ ପ୍ରବଳ କୁହୁଡ଼ି ଦେଖାଯିବା ନେଇ ଚେତାଇଛି ପାଣିପାଗ କେନ୍ଦ୍ର।

ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ଏବଂ ୨୪ ତାରିଖରେ ପ୍ରବଳ କୁହୁଡ଼ି ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ । ୨୩ ତାରିଖରେ ୧୦ ଜିଲ୍ଲା ଏବଂ ୨୪ ତାରିଖ ରେ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦୃଶ୍ୟ ମାନ ଦୂରତା ୨୦୦ ମିଟରରୁ କମ ରହିବା ନେଇ ଚେତାବନୀ ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ପାହାଡିଆ ଅଞ୍ଚଳ ଭାବେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପ୍ରାୟ ୧୬ ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଭୁବନେଶ୍ୱର ଏବଂ କଟକରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ଛୁଇଁଛି ।

Show More

Related Articles

Back to top button