ଓଡ଼ିଶାପାଣିପାଗ

୨ ଦିନ କୋହଲା ପାଗ

ନଭେମ୍ବର ପହିଲା ଯାଏଁ ହାଲୁକା ବର୍ଷା ସମ୍ଭାବନା

ପାଗ ପୂରା ବଦଳିଯାଇଛି । କୋହଲା ଓ ମେଘୁଆ ପାଗ । ଦିନବେଳା ଉତ୍ତରରୁ ବହୁଛି ଥଣ୍ଡା ପବନ । କାଁ ଭାଁ ହାଲୁକା ବର୍ଷା ବି ଛିଞ୍ଚିଛି । ଏମିତି ପାଗ ଶୁକ୍ରବାର ମଧ୍ୟ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ଶ୍ରୀ ବିଶ୍ୱାସ କହିଛନ୍ତି, ଶ୍ରୀଲଙ୍କା ଉପକୂଳରେ ଥିବା ଲଘୁଚାପ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫଲାଇନ ରହିଛି ।

ଏହା ପ୍ରଭାବରେ ପାଗ କୋହଲା ରହୁଛି । ଏମିତି ପାଗ ଦିନେ ଦୁଇଦିନ ରହିବ । ଶୁକ୍ରବାର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇପାରେ । ୩୦ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତିରେ ହାଲୁକା ବର୍ଷା ଛିଞ୍ଚିବା ସମ୍ଭାବନା ଅଛି । ୩୧ ଓ ୧ରେ ବି ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ବର୍ଷା ହୋଇପାରେ ।

Show More

Related Articles

Back to top button