ସ୍ୱାସ୍ଥ୍ୟ

କିଡନୀ ପାଇଁ ଲାଭଦାୟକ ହୋଇଥାଏ ଏହି ୫ଟି ଜିନିଷ

ନିୟମିତ ଖାଦ୍ୟରେ କରନ୍ତୁ ସାମିଲ୍‌

ବର୍ତ୍ତମାନ ଜୀବନରେ ଆମେ ଆମ ଶରୀରର ଯତ୍ନ ନେବାରେ ଅସମର୍ଥ ହୋଇପଡୁଛୁ । ଯେଉଁଥି ପାଇଁ ନାନା ରୋଗର ଶିକାର ହେଉଛୁ । କିଡନୀ ଆମ ଶରୀରରେ ଏକ ବିଶେଷ ଅଙ୍ଗ, ଏହାର କାମ ହେଉଛି ରକ୍ତକୁ ସଫା ରଖିବା, ଶରୀରରେ ଜଳ ଏବଂ କ୍ଷାରକୁ ସନ୍ତୁଳିତ କରିଥାଏ । ସେଥିପାଇଁ କିଡନୀକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ, କିନ୍ତୁ କିଡନୀକୁ କିପରି ସୁସ୍ଥ ରଖାଯାଏ ତାହା ଏକ ବଡ଼ ପ୍ରଶ୍ନ । ତେଣୁ, ଯେଉଁମାନଙ୍କର ମଧୁମେହ କିମ୍ବା ଉଚ୍ଚ ବିପି ତଥା ଉଚ୍ଚ ରକ୍ତ ଚାପ ସମସ୍ୟା ରହିଛି, ସେମାନଙ୍କ ଖାଦ୍ୟରେ କମ୍ ସୋଡିୟମ୍, କମ୍ କୋଲେଷ୍ଟ୍ରୋଲ୍ ଖାଦ୍ୟ ଅନ୍ତର୍ଭୁକ୍ତ କରାଯିବା ଉଚିତ। କିଡନୀକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ଏକ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ୍ । ଏଥିପାଇଁ ଆପଣଙ୍କ ଖାଦ୍ୟରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍ ଏବଂ ଫାଇବର ଅନ୍ତର୍ଭୁକ୍ତ କରନ୍ତୁ । ଯଦି ପ୍ରତିଦିନ କିଛି ଜିନିଷ ଖାଇବା ଆରମ୍ଭ କରିବା ତେବେ ଆମର ଏହି ସମସ୍ତ ସମସ୍ୟା ଭଲ ହୋଇଯିବ। ତେବେ ଚାଲନ୍ତୁ ଜାଣିବା କିଡନୀ ଜନିତ ସମସ୍ୟାରେ କ’ଣ ଖାଇବାକୁ ପଡିବ।

ମୂଳା- ମୂଳା ଏକ ପୁଷ୍ଟିକର ଏବଂ ଖଣିଜ ପଦାର୍ଥରେ ଭରପୂର ଅଟେ । ମୂଳା ଖାଇବା ଦ୍ବାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ । ମଧୁମେହ ରୋଗୀଙ୍କ ପାଇଁ ମୂଳା ଉପକାରୀ ହୋଇଥାଏ । କାହିଁକି ନା ମୂଳରେ ଚିନି ସ୍ତର କମ୍ ଥାଏ ଯାହା ଇନସୁଲିନ୍ ତିଆରି କରିବା ସହଜ ହୋଇଥାଏ। ତେଣୁ ମୂଳା ଖାଇବା ଦ୍ୱାରା କିଡନୀ ସୁସ୍ଥ ମଧ୍ୟ ରୁହେ।

ଅମୃତଭଣ୍ଡା- ସ୍ୱାସ୍ଥ୍ୟ ପାଇଁ ଅମୃତଭଣ୍ଡାକୁ ଭଲ ବୋଲି ବିବେଚନା କରାଯାଏ। ଏଥିରେ ପୋଷକ ତତ୍ତ୍ୱ ଏବଂ ଫାଇବରର ମାତ୍ରା ଅଧିକ ଥାଏ । ଅମୃତଭଣ୍ଡାରେ ଭିଟାମିନ୍-ଏ, ଭିଟାମିନ୍-ସି ଏବଂ ଫାଇଟୋ ଭିଟାମିନ୍ ର ଏକ ଉତ୍ତମ ଉତ୍ସ ଅଟେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ। ଯାହା ଆମ କିଡନୀକୁ ସୁସ୍ଥ ରଖେ । କିଡନୀକୁ ସର୍ବଦା ସୁସ୍ଥ ରଖିବା ପାଇଁ ଆପଣଙ୍କୁ ପ୍ରତିଦିନ ଅମୃତଭଣ୍ଡା ଖାଇବା ନିହାତି ଆବଶ୍ୟକ ।

ବାର୍ଲି – ବାର୍ଲି ଏକ ଉପକାରୀ ଶସ୍ୟ, ଏଥିରେ ପୁଷ୍ଟିକର ଖାଦ୍ୟ ଭରପୂର ମାତ୍ରାରେ ଥାଏ । ବାର୍ଲିରେ କ୍ୟାଲୋରୀ, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫାଇବର ମିଳିଥାଏ । ଯାହା କିଡନୀ ପାଇଁ ଭଲ ବୋଲି ବିବେଚନା କରାଯାଏ । ବାର୍ଲି ଖାଇବା ଦ୍ୱାରା ଚିନି ସ୍ତର ନିୟନ୍ତ୍ରଣରେ ରହିଥାଏ। ବାର୍ଲିରେ ଅନେକ ପ୍ରକାରର ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ମିଳିଥାଏ। ବାର୍ଲି ଖାଇବା ଦ୍ୱାରା କିଡନୀ ସମସ୍ୟା ହୁଏ ନାହିଁ।

ନଡ଼ିଆ ପାଣି- ନଡ଼ିଆ ପାଣି ପିଇବା ଦ୍ୱାରା କିଡନୀ ସବୁବେଳେ ସୁସ୍ଥ ରହିଥାଏ। କାରଣ ନଡ଼ିଆ ପାଣିରେ ଅନେକ ଭିଟାମିନ୍ ରହିଥାଏ। ଏହା ବ୍ୟତୀତ ଏହା ଶକ୍ତି, କାର୍ବୋହାଇଡ୍ରେଟ୍, କ୍ୟାଲସିୟମ୍ ଏବଂ ଜଳର ଏକ ଉତ୍ତମ ଉତ୍ସ ବୋଲି କୁହାଯାଏ । ନିୟମିତ ଭାବେ ନଡ଼ିଆ ପାଣି ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଉପଶମ ହୋଇଥାଏ । ସୁସ୍ଥ କିଡନୀ ପାଇଁ ଆପଣ ପ୍ରତିଦିନ ଖାଦ୍ୟରେ ନଡିଆ ପାଣି ସାମିଲ୍‌ କରନ୍ତୁ ।

କୋବି- ଫୁଲକୋବିରେ ପ୍ରୋଟିନ୍, କ୍ୟାଲସିୟମ୍, ଫସଫରସ୍, ଭିଟାମିନ୍-ଏ ଏବଂ ଭିଟାମିନ୍ ସି ଭରପୂର ରହିଥାଏ । ଏହା ବ୍ୟତୀତ ଏଥିରେ ନିକୋଟିନିକ୍ ଏସିଡ୍ ପରି ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । କୋବିରେ ଭିଟାମିନ୍ ବି-୬, ଭିଟାମିନ୍ କେ ଏବଂ ଭିଟାମିନ୍ ସି ମଧ୍ୟ ମିଳିଥାଏ। ଏହା ବ୍ୟତୀତ କୋବିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର ଅଟେ। ଯାହା ରକ୍ତଚାପକୁ ହ୍ରାସ କରିଥାଏ । କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ଏହି ଜିନିଷଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ କିଡନୀ ସୁସ୍ଥ ରହିବ-

-ଡାକ୍ତରଙ୍କ ପରାମର୍ଶ ବିନା ପେନକିଲର ଖାଆନ୍ତୁ ନାହିଁ ।

-ଆପଣଙ୍କ ଖାଦ୍ୟରେ ଲୁଣ, ଉଚ୍ଚ ପୋଟାସିୟମ୍, ଉଚ୍ଚ ସୋଡିୟମ୍ ଅନ୍ତର୍ଭୂକ୍ତ କରନ୍ତୁ ।

-ଅଧିକ ପ୍ରୋଟିନ୍ ସପ୍ଲିମେଣ୍ଟ ନିଅନ୍ତୁ ନାହିଁ ।

-ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଏହା ଆପଣଙ୍କୁ ହାଇଡ୍ରେଟ୍ ରଖିବ ।

Show More

Related Articles

Back to top button