Breaking PLUSପୂଜା ପାର୍ବଣମୁଖ୍ୟ ଖବର

ଜ୍ୟୋତିଷ ଶାସ୍ତ୍ରରେ ହୋଲିରେ ଘଟୁଛି ଦୁର୍ଲଭ ଯୋଗ

ଏହାକୁ ଆପଣାଇଲେ ହେବେ ରୋଗରୁ ମୁକ୍ତ ଓ ପାଇବେ ବ୍ୟବସାୟ ରେ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଫାଲ୍ଗୁନ ମାସ ର ପୁର୍ଣିମା ଦିନ ଟି ଆମ ହିନ୍ଦୁ ଧର୍ମରେ ଖୁବ ଗୁରୁତ୍ୱପୂର୍ଣ ଅଟେ l ଏହିଦିନ ହିନ୍ଦୁ ମାନଙ୍କର ଅନେକ ଗୁଡିଏ ସମ୍ପ୍ରଦାୟ ରେ ହୋଲିକା ଦହନ କରାଯାଇଥାଏ l ଶାସ୍ତ୍ର ଅନୁସାରେ କୁହାଯାଏ ଯେ ଏହିଦିନ କରାଯାଇଥିବା ଉପାୟ ଗୁଡିକ ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ପ୍ରାପ୍ତ କରାଇଥାଏ l ଚଳିତ ବର୍ଷ ଦୋଳ ପୂର୍ଣମୀ ଓ ହୋଲି ମାର୍ଚ୍ଚ ମାସ ୧୮ ଓ ୧୯ ତାରିଖ ରେ ଅନୁଷ୍ଠିତ ହେବ l

ଚଳିତ ଥର ହୋଲି ରେ ଘଟୁଛି ଦୁର୍ଲଭ ଯୋଗ, ଯାହା ଆପଣଙ୍କ ଜୀବନ ରେ ସଫଳତା ଦେବ l

* ଧନଲାଭ ର ଉପାୟ :
ଦୋଳପୂର୍ଣ୍ଣମୀ ଦିନ ନିଜ ପୂଜା ଘରେ ଯେ କୌଣସି ୩ଟି ଧାତୁ ରେ ନିର୍ମିତ ସ୍ୱସ୍ତିକ ଚିହ୍ନ ସ୍ଥାପନା କରନ୍ତୁ l ଏହାଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ l ଏହିଦିନ ବିଶେଷ ଯୋଗ ଘଟୁଥିବା କାରଣରୁ ସନ୍ଧ୍ୟା ସମୟ ରେ ଲକ୍ଷ୍ମୀଙ୍କୁ ଦୁଗ୍ଧ ଅର୍ପଣ କରନ୍ତୁ l ଯାହାଦ୍ୱାରା ଧନ ଲାଭ ର ଯୋଗ ଖୋଲିବ l

* ଗ୍ରହ ଶାନ୍ତି ପାଇଁ ଉପାୟ :
ଦୋଳପୂର୍ଣ୍ଣମୀ ଦିନ ନବଗ୍ରହ ଯନ୍ତ୍ର ସ୍ଥାପନା କରିବା ଖୁବ ଶୁଭ ଅଟେ l ତେଣୁ ଏହିଦିନ ୯ ପ୍ରକାରର ଶସ୍ୟ ଯେପରିକି କଳାବିରି, ମୁଗ, ଚାଉଳ, ବୁଟଡାଲି, ଗହମ, ମସୁର, ରାଶି, ବାଜରା, ଧାନ ଇତ୍ୟାଦି କୁ ଗୋଟିଏ କଳସୀରେ ରଖି ତା ଉପରେ ନବଗ୍ରହ ଯନ୍ତ୍ର ସ୍ଥାପନା କରନ୍ତୁ l ଏହାଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ପ୍ରାପ୍ତ ହେବ ଓ ଗୃହ ରୁ କଳହ ଦୂର ହେବ l

* ବ୍ୟବସାୟ ରେ ଉନ୍ନତି ପାଇଁ :
ହୋଲିଦିନ ଗୋଟିଏ ନାଲି କପଡା ରେ ନଡ଼ିଆ ଟିଏ ରଖି ତାହାକୁ ନେଇ ହନୁମାନ ମନ୍ଦିରରେ ଅର୍ପଣ କରନ୍ତୁ l ଏହାପରେ ହନୁମାନ ଅଷ୍ଟକ ପାଠ କରି ଉକ୍ତ ନଡ଼ିଆ କୁ ନେଇ ନିଜ ବ୍ୟବସାୟ ପ୍ରତିଷ୍ଠାନ ରେ ରଖନ୍ତୁ, ଏହାଦ୍ୱାରା ବ୍ୟବସାୟ ରେ ଉନ୍ନତି ହେବ l ନଡ଼ିଆ ଟିକୁ ଏପରି ସ୍ଥାନରେ ରଖିବା ଉଚିତ ଯେପରି ଆପଣଙ୍କ ଗ୍ରାହକ ମାନଙ୍କ ନଜର ତା ଉପରେ ପଡୁଥିବ l

* ଶୀଘ୍ର ବିବାହ ପାଇଁ ଉପାୟ :
ଯଦି ବିବାହରେ ବିଳମ୍ବ ହେଉଛି ତେବେ ହୋଲିଦିନ ସକାଳୁ ଗୋଟିଏ ପାନପାତ୍ର, ଗୋଟା ଗୁଆ, ଏବଂ ଖଣ୍ଡିଏ ହଳଦୀ କୁ ନେଇ ଶିବଲିଙ୍ଗ ରେ ଅର୍ପଣ କରନ୍ତୁ l ଏପରି କରି ସାରି ପଛୁଆ ଘରକୁ ଫେରି ଆସନ୍ତୁ l ଦେଖିବେ ବିବାହ କାର୍ଯ୍ୟରେ ଆସୁଥିବା ବିଘ୍ନ ଦୁରେଇ ଯିବ l

* ରୋଗ ନାଶ ପାଇଁ ଉପାୟ :
ଯଦି ଆପଣ କୌଣସି ରୋଗରେ ପୀଡିତ ଅଛନ୍ତି ତେବେ ହୋଲି ଦିନ ରାତିରେ ଠାକୁରଙ୍କ ନିକଟରେ ବସି ଏହି ମନ୍ତ୍ର ” ଓଂ ନମୋ ଭଗବତେ ରୁଦ୍ରାୟ ମୃତର୍କ ମଧ୍ୟେ ସଂସ୍ଥିତାୟ ମମ ଶରୀରଂ ଅମୃତଙ୍ଗ କୁରୁ କୁରୁ ସ୍ୱାହା ” l

* ଧନ ସଞ୍ଚୟ ପାଇଁ :
ଦୋଳ ପୂର୍ଣ୍ଣମୀ ଦିନ ରାତିରେ ଚନ୍ଦ୍ରମାଙ୍କୁ ବିଶେଷ ପୂଜା କରିବା ଉଚିତ l ଯଦି ଆମେ ଏହିଦିନ ରାତିରେ ଚନ୍ଦ୍ର ଙ୍କୁ ରୂପା ର କଳସ ରେ ଜଳ ଅର୍ପଣ କରି ଦୁଗ୍ଧରେ ଅର୍ଘ୍ୟ ଦେବା ତେବେ ଧନ ସଂଚୟ ରାସ୍ତା ଆପେ ଆପେ ଖୋଲି ଯିବ l

Show More

Related Articles

Back to top button