ସ୍ୱାସ୍ଥ୍ୟ

ସ୍ବାସ୍ଥ୍ୟ ପାଇଁ ରାମ ବାଣ ଅଟେ ସଜନା ଶାଗ

ହାଇ ବ୍ଲଡ଼ ପ୍ରେସର୍ ଠାରୁ ନେଇ ମଧୁମେହ ପର୍ଯ୍ୟନ୍ତ ସମସ୍ତ ରୋଗ ଠାରୁ ମିଳିଥାଏ ଆରାମ

ସଜନା ଶାଗ ସ୍ଵାଦିଷ୍ଟ ହେବା ସହିତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପଜୋଗୀ । ସଜନା ଶାଗ ରେ ଆଣ୍ଟିଅକ୍ସିଡ଼ାଣ୍ଟ , କ୍ଲୋରୋଫିଲ, ଭିଟାମିନ ସି, ପ୍ରୋଟିନ, କ୍ୟାଲସିୟମ, ଭଳି ଅନେକ ତତ୍ତ୍ଵ ରହିଥିବା କାରଣରୁ ଏହା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍ ଘାତ ସମସ୍ୟା, କ୍ୟାନ୍ସର ଓ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ରାମ ବାଣ ଅଟେ ବୋଲି ଗବେଷକ ମାନେ ମତ ଦେଇଛନ୍ତି ।
* ବ୍ଲଡ଼ ଶୁଗାର ନୀୟତ୍ରଣ ପାଇଁ –
ସଜନା ଶାଗ ରେ ଆଣ୍ଟି ଡାଇବିଟିଜ୍ ଗୁଣ ରହିଛି । ଯାହା ଆପଣଙ୍କ ରକ୍ତ ଶର୍କରା ସ୍ତର କୁ ନିୟନ୍ତ୍ରିତ କରିବ । ତେଣୁ ନିୟମିତ ସକାଳୁ ସଜନା ଶାଗ କୁ ଗ୍ରାଇଣ୍ଡିଂ କରି ତାର ଯୁଷ କୁ ଖାଲି ପେଟରେ ସେବନ କରନ୍ତୁ ।
* ଉଚ୍ଚ ରକ୍ତଚାପ ପାଇଁ –
ସଜନା ଶାଗ ରେ ପୋଟାସିୟମ ର ମାତ୍ରା ଅଧିକ ରହିଥାଏ ଯାହା ବ୍ଲଡ଼ ପ୍ରେସର୍ କୁ ନିୟନ୍ତ୍ରଣ କରିବା ରେ ସାହାଯ୍ୟ କରିଥାଏ । ତା ସହିତ ବ୍ଲଡ଼ ଭାସେଲ୍ କୁ ମଧ୍ୟ ଠିକ୍ କରିବାରେ ସାହାଯ୍ୟ କରିଥାଏ । ତେଣୁ ଉଚ୍ଚ ରକ୍ତଚାପ ରୋଗୀ ମାନଙ୍କ ପାଇଁ ଏହା ଖୁବ୍ ଲାଭ ଦେଇଥାଏ ।

* ପାଚନ ତନ୍ତ୍ର ସୁସ୍ଥ ରହିଥାଏ –
ସଜନା ଶାଗ ରେ ଫାଇବର ରହିଥାଏ । ଯାହା କି ପେଟ ପାଇଁ ଖୁବ୍ ହିତକର ଅଟେ। ଏହାକୁ ସେବନ ଦ୍ଵାରା ପେଟ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ।
* କ୍ୟାନ୍ସର ପାଇଁ –
ସଜନା ଶାଗ ରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ , ଜୀଙ୍କ, ଭିଟାମିନ ସି କ୍ୟାନ୍ସର ସହିତ ଲଢ଼ିବା କୁ ସାହାଯ୍ୟ କରିଥାଏ । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଏହାକୁ ନିୟମିତ ଖାଦ୍ୟରେ ସାମିଲ କରିବା ଉଚିତ୍ ।

Show More

Related Articles

Back to top button