ବାଣିଜ୍ୟ

ଖାଇବା-ପିଇବା ସାମଗ୍ରୀ ହୋଇପାରେ ଆହୁରି ମହଙ୍ଗା

ଜାଣନ୍ତୁ କାହିଁକି ?

ସାମଗ୍ରୀ ଓ ସେବା କର (ଜିଏସଟି) ପରିଷଦଙ୍କ ଆଗାମୀ ବୈଠକ ମେ ମାସରେ ଅନୁଷ୍ଠିତ ହେବ। ଏହି ବୈଠକରେ ଏପର୍ଯ୍ୟନ୍ତ ପ୍ରଭାବୀ ଥିବା ୫ ପ୍ରତିଶତ କର ସ୍ଲାବକୁ ସମାପ୍ତ କରିବା ଲାଗି ବିଚାର କରାଯାଇପାରେ। ଏହି ସ୍ଲାବ ବଦଳେ ଅଧିକ ଖର୍ଚ୍ଚ ହେଉଥିବା ଉତ୍ପାଦଗୁଡିକୁ ୩ ପ୍ରତିଶତ ଓ ବାକି ସାମଗ୍ରୀକୁ ୮ ପ୍ରତିଶତ କର ସ୍ଲାବରେ ପକାଇବାକୁ ବ୍ୟବସ୍ଥା ହୋଇପାରେ। ଯଦି ସ୍ଲାବରେ ଏପରି ପରିବର୍ତ୍ତନ ହୁଏ ମୂଲ୍ୟବୃଦ୍ଧିରେ ସାଧାରଣ ଲୋକଙ୍କ ଲାଗି ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଏବେଠୁ ଅନୁମାନ କରାଗଲାଣି। ରାଜସ୍ୱ ବୃଦ୍ଧି ଲାଗି ପ୍ରାୟ ରାଜ୍ୟଙ୍କ ରାୟ ଏକ। ଯେଉଁଥିରେ କ୍ଷତିପୂରଣ ଲାଗି ସେମାନଙ୍କୁ କେନ୍ଦ୍ର ଉପରେ ଅଧିକ ନିର୍ଭର ହେବାକୁ ନ ପଡେ। ଏଥିରେ ସ୍ଲାବରେ ଏହି ପରିବର୍ତ୍ତନ ଏକ ପ୍ରକାର ନିଶ୍ଚିତ ବୋଲି ଅନୁମାନ କରାଯାଉଥିବା ବେଳେ ଖାଇବା ପିଇବା ସାମଗ୍ରୀ ଦର ବଢିବା ଏବେ ନିଶ୍ଟିତ ବୋଲି ଅନୁମାନ କରାଯାଉଛି। ଏବେ ଜିଏସଟିରେ ୫, ୧୨, ୧୮ ଓ ୨୮ ପ୍ରତିଶତର କର ସ୍ଲାବ ରହୁଛି।

ଏହା ବାଦେ ସୁନା ଓ ସ୍ୱର୍ଣ୍ଣ ଆଭୂଷଣ ଉପରେ ଅଧିକ ୩ ପ୍ରତିଶତ କର ଧାର୍ଯ୍ୟ ହେଉଛି। ସୂଚନା ଅନୁସାରେ ରାଜସ୍ୱ ବୃଦ୍ଧି ଲାଗି ପରିଷଦ କେତେକ ଅଣ ଖାଦ୍ୟ ସାମଗ୍ରୀକୁ ୩ ପ୍ରତିଶତ କର ସ୍ଲାବକୁ ଆଣି କର ରିହାତି ପ୍ରାପ୍ତ ସାମଗ୍ରୀ ତାଲିକା ହ୍ରାସ ଲାଗି ନିଷ୍ପତ୍ତି ହୋଇପାରେ। କୁହାଯାଉଛି ୫ ପ୍ରତିଶତ ସ୍ଲାବକୁ ହୁଏତ ୭, ୮ ଅଥବା ୯ ପ୍ରତିଶତ ସ୍ଲାବରେ ରୂପାନ୍ତରିତ କରାଯାଇପାରେ। ତେବେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ଜିଏସଟି ପରିଷଦ ନେବେ। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନେତୃତ୍ୱାଧୀନ ଜିଏସଟି ପରିଷଦରେ ସବୁ ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀମାନେ ସଦସ୍ୟ ଅଛନ୍ତି। କୁହାଯାଉଛି ୫ ପ୍ରତିଶତର ସ୍ଲାବରେ ପ୍ରତି ୧ ପ୍ରତିଶତ ବୃଦ୍ଧି ଯୋଗୁ ବାର୍ଷିକ ୫୦ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ଆୟର ରାସ୍ତା ଖୋଲିଦେବ।ତେବେ ବିଭିନ୍ନ ବିକଳ୍ପ ଉପରେ ଏବେ ବିଚାର କରାଯାଉଛି। ହେଲେ ପରିଷଦରେ ଅଧିକାଂଶ ସମାଗ୍ରୀ ଉପରେ ୮ ପ୍ରତିଶତ ଜିଏସଟି ଉପରେ ସହମତି ହୋଇପାରେ ବୋଲି ଆକଳନ କରାଯାଉଛି। ଜିଏସଟିରେ ଏପର୍ଯ୍ୟନ୍ତ ଅତ୍ୟାବଶକୀୟ ସାମଗ୍ରୀ ଉପରେ ହୁଏତ ଶ୍ୱଳ୍ପ କର ଲାଗୁ ହେଉଛି ଅଥବା ସମ୍ପୂର୍ଣ୍ଣ କର ରିହାତି ଦିଆଯାଇଛି। ସେହିପରି ବିଳାଶମୟ ଓ ଅହିତକର ସାମଗ୍ରୀ ଉପରେ ସର୍ବାଧିକ କର ଲାଗୁ ହୋଇଛି। ଏପରି ସାମଗ୍ରୀ ଉପରେ ୨୮ ପ୍ରତିଶତ କର ସହିତ ଉପକର ମଧ୍ୟ ଲାଗୁ ହେଉଛି। ତେବେ ଆଗାମୀ ଜୁନରୁ ଜିଏସଟି କ୍ଷତିପୂରଣ ବ୍ୟବସ୍ଥା ସମାପ୍ତ ହେବାକୁ ଯାଉଛି। ଏଣୁ ରାଜ୍ୟମାନେ ଆତ୍ମ ନିର୍ଭର ହୁଅନ୍ତୁ ଓ ଜିଏସଟି ସଂଗ୍ରହରେ ରାଜସ୍ୱ ଅନ୍ତରର ଭରଣା ଲାଗି କେନ୍ଦ୍ର ଉପରେ ନିର୍ଭର ନ ରୁହନ୍ତୁ ଏଥିଲାଗି ଗତବର୍ଷ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମଇଙ୍କ ଅଧ୍ୟକ୍ଷତାରେ ଗଠନ କରିଥିବା ଜିଓଏମ ତାଙ୍କ ରିପୋର୍ଟ ମଧ୍ୟ ଆଗାମୀ ମାସରେ ଦେବେ। ଯେଉଁଥିରେ ଜିଓଏମ କର ହାରକୁ ତର୍କ ସଙ୍ଗତ କରି କର ଢାଞ୍ଚାରେ ଥିବା ବିସମତା ଦୂର କରିବା ସହ ରାଜସ୍ୱ ବୃଦ୍ଧିର ଉପାୟ ସୁପାରିସ କରିବେ ବୋଲି ଅନୁମାନ କରାଯାଉଛି।

Show More

Related Articles

Back to top button