Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

IMD ଡିଜି: ବାତ୍ୟା ନେଇ ଏବେ ବି ଚିତ୍ର ଅସ୍ପଷ୍ଟ

୬ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୮ ସୁଦ୍ଧା ଅବପାତ

ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛି । ଏହାର ପ୍ରଭାବରେ ଶୁକ୍ରବାର ଦିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏ ନେଇ ଆଞ୍ଚିଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ନେଇ ଏବେ ଚିତ୍ର ଅସ୍ପଷ୍ଟ ରହିଛି । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବବ । ଆସନ୍ତା ୮ ତାରିଖ ବେଳକୁ ଅବପାତରେ ପରିଣତ ହେବ ଲଘୁଚାପ । ତେବେ ଏହା ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଏବଂ ପରେ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ସମ୍ଭାବ୍ୟ ବାତ୍ୟା କେଉଁ ଦିଗରେ ଗତି କରିବ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । କୌଣସି ରାଜ୍ୟକୁ କିଛି ସତର୍କ ସୂଚନା ଦିଆଯାଇନାହିଁ ।

ଆଜିଠୁ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ରହିବ । ଆସନ୍ତା ୮ ତାରିଖ ବେଳକୁ ପବନର ବେଗ ବଢି ଘଣ୍ଟାପ୍ରତି ୫୫ରୁ ୬୫ କି.ମି. ହୋଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଲଘୁଚାପ ସୃଷ୍ଟି ପରେ ହିଁ ବାତ୍ୟାର ଆକଳନ କରାଯାଇପାରିବ । ତେବେ ଲ୍ୟାଣ୍ଡଫଲ୍ ନେଇ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ । ଓଡ଼ିଶାଠାରୁ ଏହା ଅନେକ ଦୂରରେ ରହିଛି ତେଣୁ ଏବେଠୁ ଏହା ବିଷୟରେ କୁହାଯାଇ ପାରିବନାହିଁ । ଅବପତରେ ପରିଣତ ହେବ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ଆଇଏମଡି ଡିଜି କହିଛନ୍ତି ।

Show More

Related Articles

Back to top button