ଓଡ଼ିଶା

ଆକ୍ଟିଭେଟ୍ ସିମ୍ ଜବତ ମାମଲାରେ ୨ ସର୍ଭିସ୍ ପ୍ରୋଭାଇଡରଙ୍କୁ ଜେରା

ପେଟିଏମ୍‌ ଆକାଉଣ୍ଟ ଫ୍ରିଜ୍‌ କରିବାକୁ ଚିଠି

ଆକ୍ଟିଭେଟ୍ ସିମ୍ ଜବତ ମାମଲାରେ ୨ ସର୍ଭିସ୍ ପ୍ରୋଭାଇଡର ଅଧିକାରୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଢେଙ୍କାନାଳ ଜିଓ ଡିଷ୍ଟ୍ରିବ୍ୟୁଟର ଅମିତାଭ୍ ସାହୁଙ୍କୁ ଉଠାଇନେଇଛି କ୍ରାଇମବ୍ରାଞ୍ଚ । ମାଷ୍ଟରମାଇଣ୍ଡ ଦୁଷ୍ମନ୍ତର ଆକାଉଣ୍ଟରୁ ୭ ଲକ୍ଷ ୯୫ ହଜାର ଟଙ୍କା ଥିବା ଜଣାପଡ଼ିଛି । ଦୁଷ୍ମନ୍ତର ଗୋଟିଏ ପେଟିଏମ ଆକାଉଣ୍ଟ ଫ୍ରିଜ୍ କରିବା ପାଇଁ ପେଟିଏମକୁ ଚିଠି ଲେଖିଛି ବିଭାଗ ।

ଏହି ପେଟିଏମ ଆକାଉଣ୍ଟରେ ରହିଛି ୧ ଲକ୍ଷ ୬ ହଜାର ଟଙ୍କା । ଦୁଷ୍ମନ୍ତ ପୂର୍ବରୁ ଏୟାରସେଲ୍ କଲେକସନ୍ କମ୍ ମାର୍କେଟିଂ ଏଜେଣ୍ଟ ଥିଲା । ୨୦ ଟଙ୍କାରେ ବିଏସଏନଏଲ ସିମ୍ କିଣି ଗ୍ରାହକଙ୍କୁ ୧୨୦ ଟଙ୍କାରେ ବିକୁଥିଲା । ୨୫ ଟଙ୍କାରେ ଭୋଡାଫଓନ ସିମ କିଣି ୧୩୦ ଟଙ୍କାରେ ବିକୁଥିଲା । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଦୋଳଗୋବିନ୍ଦ ପରିଡାକୁ ଢେଙ୍କାନାଳ କାମାକ୍ଷାନଗରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

Show More

Related Articles

Back to top button