ଓଡ଼ିଶାଦୁର୍ଘଟଣାପାଣିପାଗମୁଖ୍ୟ ଖବରସ୍ୱତନ୍ତ୍ର

ବଜ୍ରାଘାତରେ ଚାଲିଗଲା ୨ ଜୀବନ

କାମାକ୍ଷାନଗର : ବଜ୍ରାଘାତରେ ଚାଲିଗଲା ୨ ଜୀବନ । କାଳବୈଶାଖୀର ତାଣ୍ଡବ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରାଘାତ ଦେଖିବାକୁ ମିଳିଛି । ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଚକାପାଳ ଗାଁରେ ବଜ୍ରାଘାତ ଯୋଗୁଁ ୨ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ସମ୍ପର୍କରେ ଶଳା-ଭିଣୋଇ ଅଟନ୍ତି । ଭିଣୋଇ ହେଲେ ପ୍ରକାଶ ପ୍ରଧାନ ଏବଂ ଶଳା ହେଲେ ଦେବଦତ୍ତ ପ୍ରଧାନ।

ପ୍ରକାଶଙ୍କ ଗାଁ କାମାକ୍ଷାନଗର ଥାନା ଚକାପାଳ ଗାଁରେ। ସେହିପରି ଦେବଦତ୍ତଙ୍କ ଘର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ମକୁଆକାଟେଣୀ ଗାଁରେ।ଦେବଦତ୍ତ ଭିଣୋଇଙ୍କ ଗାଁ ଚକାପାଳକୁ ଆସିଥିବା ବେଳେ ଘଟି ଯାଇଛି ଏଭଳି ଅଘଟଣ। ଅପରାହ୍ଣ ପ୍ରାୟ ଚାରିଟା ବେଳେ ପ୍ରକାଶ ଓ ଦେବଦତ୍ତ କାଜୁ ଗୋଟାଇବା ପାଇଁ ଜଙ୍ଗଲ ନିକଟକୁ ଯାଇଥିଲେ। ସେତେବେଳେ ହଠାତ୍ ମେଘପବନ ସହିତ ବଜ୍ରପାତ ହେବାରୁ ସେମାନେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ସେଠାରେ ବଜ୍ରପାତ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିଲା।

 

Show More

Related Articles

Back to top button