Breaking PLUSଓଡ଼ିଶାପୂଜା ପାର୍ବଣମୁଖ୍ୟ ଖବର

ଏଥର ଘୋଷଯାତ୍ରାରେ ବଢିବ ଶ୍ରଦ୍ଧାଳୁ ସଂଖ୍ୟା

ସମନ୍ବୟ କମିଟି ବୈଠକରେ ପୂର୍ବ ପ୍ରସ୍ତୁତି ନେଇ ଆଲୋଚନା

ପୂର୍ବ ଅପେକ୍ଷା ଭକ୍ତଙ୍କ ସଂଖ୍ୟା ୨ ଗୁଣା ବଢିବ ।କରୋନା ଲାଗି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଦୂରତାର ହେବ ଅନ୍ତ । ଭକ୍ତ ଗହଣରେ ହେବ ଚଳିତ ବର୍ଷର ରଥ ଯାତ୍ରା । ବଡ଼ଦାଣ୍ଡରେ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ । ରଥାଯାତ୍ରା ସମନ୍ୱୟ ବୈଠକ ପରେ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, କରୋନା ସଂକ୍ରମଣ ଲାଗି ଗତ ୨ ବର୍ଷ ହେଲା ରଥାଯାତ୍ରାରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲେ ସରକାର । କେବଳ ସେବାୟତମାନଙ୍କୁ ନେଇ ହେଉଥିଲା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଭକ୍ତମାନେ ପୁରୀକୁ ଯିବା ପରିବର୍ତ୍ତେ ଟିଭି ଓ ସୋସିଆଲ୍‌ ମିଡିଆରେ ଦେଖୁଥିଲେ ରଥାଯାତ୍ରା । ତେବେ ଚଳିତ ବର୍ଷ ହେବାକୁ ଥିବା ରଥଯାତ୍ରାର ପୂର୍ବ ପ୍ରସ୍ତୁତି ନେଇ ଗୁରୁବାର ବସିଥିଲା ପ୍ରଥମ ସମନ୍ୱୟ ବୈଠକ ।

ଏଥର ଭକ୍ତଙ୍କ ସମାଗମ ବଢିବା ନେଇ ଆଗୁଆ ପ୍ରସ୍ତୁତି ନେବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଚଳିତ ବର୍ଷର ରଥଯାତ୍ରାରେ ଭକ୍ତଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ୨ ଗୁଣା ଅଧିକା ହେବ । ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଜିଲ୍ଲାପାଳଙ୍କ କହିବାଅନୁସାରେ, କୋଭିଡ଼ ସ୍ଥିତିକୁ ଦେଖି ରୋଡମ୍ୟାପ୍‌ ପ୍ରସ୍ତୁତ କରାଯିବ । ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରା ପାଇଁ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ପର୍ଯ୍ୟାୟ କ୍ରମେ ସବୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନ ମଧ୍ୟ କରାଯିବ । ତେବେ ରଥଯାତ୍ରା ସମୟରେ କିପରି ଟ୍ରାଫିକ୍‌ ନିୟନ୍ତ୍ରଣ ଓ ଭିଡ଼ର ସୁପରିଚାଳନା କରାଯିବ । ସେଦିଗରେ ପ୍ରଥମେ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି ।

Show More

Related Articles

Back to top button