ସ୍ୱାସ୍ଥ୍ୟ

ପିଠି ଯନ୍ତ୍ରଣାରୁ ଉପଶମ ପାଇଁ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ପିଠି ଯନ୍ତ୍ରଣା ଏକ ସାଧାରଣ ରୋଗ । ଖାଦ୍ୟପେୟରେ ଅନିୟମିତତା,ଆଧୁନିକ ଜୀବନଶୈଳୀ,ଶୋଇବାରେ ଅସାବଧାନତା ତଥା ଅଫିସରେ ବେଶୀ ଟାଇମ ବସିବା ଯୋଗୁଁ ଅନେକ ସମୟରେ ପିଠି ଯନ୍ତ୍ରଣା ହୋଇଥାଏ। ତେବେ ଏଥିରୁ ଉପଶମ ପାଇବା ପାଇଁ  ଆପଣାନ୍ତୁ ଏହିସବୁ ଉପାୟ ।

– ସୈନ୍ଧବ ଲବଣକୁ ଏକ କନାପୁଡ଼ିଆରେ ବାନ୍ଧି ଉଷୁମ କରି ଯନ୍ତ୍ରଣା ହେଉଥିବା ସ୍ଥାନରେ ସେକ ଦେଲେ କିଛି ସମୟ ମଧ୍ୟରେ ଏଥିରୁ ମୁକ୍ତି ମିଳିଥାଏ ।

– ସେହିପରି ଉଷୁମ ପାଣି ସେକ ଏବଂ ବରଫ ଲଗାଇଲେ ମଧ୍ୟ ସୁଫଳ ମିଳେ ।

-ଯନ୍ତ୍ରଣା ହେଉଥିବା ସ୍ଥାନରେ ରସୁଣ ଫୁଟା ଉଷୁମ ତେଲ ମାଲିସ କଲେ କିଛି ସମୟ ମଧ୍ୟରେ ଆରାମ ଲାଗିଥାଏ ।

– ପ୍ରତିଦିନ କିଛି ସମୟ ବ୍ୟାୟାମ କଲେ ଏଭଳି ସମସ୍ୟା ହୋଇ ନ ଥାଏ ବୋଲି ଚିକିତ୍ସକମାନେ ପରାମର୍ଶ କହିଥାନ୍ତି ।

Show More

Related Articles

Back to top button