ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ମୋତିଆବିନ୍ଦୁରୁ ସତର୍କ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ଶରୀରରେ ଆଖି ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ । ତେଣୁ ଏହାର ସଠିକ୍ ଭାବେ ଯତ୍ନ ନେବା ନିତାନ୍ତ ଆବଶ୍ୟକ । ସେହିପରି ଆଖିକୁ ନିହାତି ୭ ରୁ ୮ ଘଣ୍ଟା ବିଶ୍ରାମ ନେବା ମଧ୍ୟ ଉଚିତ୍ । ତେବେ ଏଭଳି କିଛି ବ୍ୟକ୍ତି ଅଛନ୍ତି, ରାତିରେ ଠିକ୍ ଭାବରେ ନଶୋଇ ଦିନରେ ଶୋଇବା ଅଭ୍ୟାସ ରଖି ଥାଆନ୍ତି । ଏହା ଆଖି ଉପରେ ଅନେକ ଖରାପ୍ ପ୍ରଭାବ ପକାଇ ଥାଏ । ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ଏଭଳି କରାଯାଏଁ, ତାହାଲେ ଗ୍ଲୁକୋମା ବା କଳା ମୋତିଆ ବିନ୍ଦୁ ସମସ୍ୟା ଦେଖା ଦେଇଥାଏ । ଠିକ୍ ସମୟରେ ଚିକିତ୍ସା ନହେବା ଦ୍ଵାରା ଦୃଷ୍ଟି ହିନତାର ଶିକାର ହୋଇ ପାରନ୍ତି ।

ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନରୁ ଜଣାପଡିଛି ଯେ, ଦିନରେ ଶୋଇବା ଦ୍ବାରା ଚକ୍ଷୁ ଗ୍ଲୁକୋମା ରେ ପୀଡିତ ହୋଇଥାଏ । ରାତିରେ ଯଦି ଉଚିତ୍ ମାତ୍ରାରେ ନଶୋଇବେ ତେବେ ଯେ କୌଣସି ଆୟୁ ବର୍ଗର ବ୍ୟକ୍ତି ହୋଇ ଥାଆନ୍ତି ନା କାହିଁକି ଏହି ରୋଗରେ ପୀଡିତ ହେବେ ।-

– ଧୁମ୍ରପାନ କରୁଥିବା ବ୍ୟକ୍ତି ଙ୍କ ର ଏହା ସାଧାରଣ ସମସ୍ୟା ଅଟେ । ବ୍ରିଟେନ ରେ ଗୋଟିଏ ଅଧ୍ୟୟନ ଦ୍ଵାରା ଜଣା ପଡ଼ିଛି ଯେ ୪ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଧୁମ୍ରପାନ ଦ୍ଵାରା ମୋତିଆ ବିନ୍ଦୁ ଦ୍ଵାରା ପ୍ରଭାବିତ ହୋଇ ଥାଆନ୍ତି ।ଏହି ଗବେଷଣା ରେ କୁହାଯାଇଛି ଯେ ୪୦ ରୁ ୬୯ ବର୍ଷ ର ଆୟୁ ବର୍ଗର ବ୍ୟକ୍ତି ଙ୍କୁ ଏହି ଅଧ୍ୟୟନ ରେ ସାମିଲ କରାଯାଇ ଥିଲା । ଏଥିରେ ଜଣା ପଡ଼ିଥିଲା ଯେ ସୁସ୍ଥ ନିଦ୍ରାରେ ଶୋଉଥିବା ବ୍ୟକ୍ତିଙ୍କ ତୁଳନାରେ ଘୁଙ୍ଗୁଡ଼ି ମାରି ଶୋଉଥିବା ବ୍ୟକ୍ତି କିମ୍ବା ଦିନରେ ଅଧିକ ଶୋଉଥିବା ବ୍ୟକ୍ତି ଗ୍ଲୁକୋମା ରେ ପୀଡିତ ହୋଇଛନ୍ତି ।

ସେହିପରି ଦିନରେ ଅଧିକ ଶୋଇବା ଦ୍ଵାରା କ୍ରୋଧ ବୃଦ୍ଧି ହୋଇଥାଏ, କୌଣସି ନୂଆ ଶିଖିବାର ଇଚ୍ଛା ସୃଷ୍ଟି ହୋଇ ନଥାଏ , ମାନସିକ ଚାପ ବୃଦ୍ଧି ହୋଇଥାଏ , ଯେ କୌଣସି କଥାକୁ ଭୁଲିବା ମଧ୍ୟ ଦେଖା ଯାଇଥାଏ । ତେଣୁ ସବୁବେଳେ ରାତିରେ ଠିକ୍ ଭାବରେ ଶୋଇବା ଉଚିତ୍ । ଗ୍ଲୁକୋମ ଚକ୍ଷୁ ସହିତ ମସ୍ତିଷ୍କ କୁ ଯୋଡି ରଖୁଥିବା ଅପ୍ଟିକ ତନ୍ତ୍ରିକା କୁ ପ୍ରଭାବିତ କରିଥାଏ । ଏହା ଚକ୍ଷୁର ସମ୍ବେଦନଶିଳ ସ୍ଥାନ କୁ ପ୍ରଭାବିତ କରିଥାଏ । ଯାହାଦ୍ଵାରା ମୋତିଆ ବିନ୍ଦୁ ହେବାର ସମ୍ଭାବନା ବଢ଼ି ଯାଇଥାଏ ।

Show More

Related Articles

Back to top button