Breaking PLUSଦେଶ ବିଦେଶମୁଖ୍ୟ ଖବର

ଭୟଙ୍କର ନିଆଁରେ ଜୀବନ୍ତଦଗ୍ଧ ହୋଇଗଲେ ପରିବାରର ପାଞ୍ଚ ଜଣ

ବିହାରର ପାଟଣାରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ଜଳିଗଲେ ଗୋଟିଏ ପରିବାରର ପାଞ୍ଚ ଜଣ । ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକଙ୍କ ଭିତରେ ଚାରି ଜଣ ଛୁଆ ଅଛନ୍ତି ।

ବିହାରର ପାଟଣାରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁରେ ଜଳିଗଲେ ଗୋଟିଏ ପରିବାରର ପାଞ୍ଚ ଜଣ । ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକଙ୍କ ଭିତରେ ଚାରି ଜଣ ଛୁଆ ଅଛନ୍ତି । ବିହାର କିଷାନଗଞ୍ଜ ଜିଲ୍ଲାରେ ଏଭଳି ହୃଦୟବିଦାରକ ଓ ଅଭାବନୀୟ ଘଟଣା ଘଟିଛି । ଆଜି ସକାଳେ ସଲାମ କଲୋନୀରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଏହାପରେ ଘରେ ଲାଗିଥିଲା ନିଆଁ ।

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ପାଞ୍ଚ ପାଞ୍ଚଟି ଜୀନ ଯାଇ ସାରିଥିଲା । ମୃତକଙ୍କ ଭିତରେ ଅଛନ୍ତି ଘର ମାଲିକ ଓ ତାଙ୍କର ଚାରି ଜଣ ପିଲା । ଦୁଇ ଜଣ ଝିଅ ଓ ଦୁଇ ଜଣ ପୁଅ ମୃତ୍ୟୁବରଣ କରିଛନ୍ତି । ଘର ମାଲିକଙ୍କ ପତ୍ନୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button