ଓଡ଼ିଶା

ମାଛ ଧରୁଥିବା ବେଳେ ଡଙ୍ଗାରୁ ଖସି ମତ୍ସ୍ୟଜୀବୀଙ୍କ ମୃତ୍ୟୁ

ଝାରସୁଗୁଡା: ଡଙ୍ଗାରୁ ଖସି ମତ୍ସ୍ୟଜୀବୀଙ୍କ ମୃତ୍ୟୁ । ହୀରାକୁଦ ଜଳଭଣ୍ଡାରରୁ ମାଛ ଧରୁଥିବା ବେଳେ ଡଙ୍ଗାରୁ ଖସି ମତ୍ସ୍ୟଜୀବୀଙ୍କ ମୃତ୍ୟୁ । ମୃତକ ହେଲେ ପ୍ରଫୁଲ୍ଲ ମାଝି । ସେ ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବଲଣ୍ଡା ଗ୍ରାମର ବାସିନ୍ଦା ଅଟନ୍ତି ।

ସୂଚନା ଅନୁଯାୟୀ , ପ୍ରତିଦିନ ଭଳି ଆଜି ମଧ୍ୟ ଭୋର୍‌ରୁ ଡଙ୍ଗା ଧରି ହୀରାକୁଦ ଜଳଭଣ୍ଡାରକୁ ମାଛ ମାରିବା ପାଇଁ ଯାଇଥିଲେ ପ୍ରଫୁଲ୍ଲ ମାଝି । ମାଛ ଧରୁଥିବା ବେଳେ ହଠାତ୍‌ ପ୍ରଫୁଲ୍ଲ ଡଙ୍ଗାରୁ ପାଣିକୁ ଖସି ପଡ଼ିଥିଲେ ।

ଏହାପରେ ପ୍ରଫୁଲ୍ଲଙ୍କୁ ଆହତ ଅବସ୍ଥାରେ ମତ୍ସଜୀବୀମାନେ ଉଦ୍ଧାର କରି ବେଲପାହାଡ ସ୍ଥିତ ଟିଆରଏଲ କ୍ରୋସାକି ହସ୍ପିଟାଲ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଲଖନପୁର ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଇଛି । ଏନେଇ ଲଖନପୁର ପୋଲିସ କେସ୍‌ ନଂ ୧୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।

Show More

Related Articles

Back to top button