Breaking PLUSଓଡ଼ିଶା

୨୦୧ଟି ମୋବାଇଲ୍ ଠାବ କରିଛି ଝାରସୁଗୁଡା ପୋଲିସ

ରାଜ୍ୟ ତଥା ବାହାର ରାଜ୍ୟରୁ ଜବତ

ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ବା ହଜିଯାଇଥିବା ୨୦୧ଟି ମୋବାଇଲ ଠାବ କରିଛି ଝାରସୁଗୁଡା ପୋଲିସ । ଏହି ମୋବାଇଲଗୁଡିକୁ ଜିଲ୍ଲା ତଥା ଜିଲ୍ଲା ବାହାର ବିଭିନ୍ନ ସ୍ଥାନ ଓ ରାଜ୍ୟ ବାହାର ବିଭିନ୍ନ ସ୍ଥାନରୁ ଜବତ କରାଯାଇଛି l ଏହି ମୋବାଇଲଗୁଡିକର ମୂଲ୍ୟ ପ୍ରାୟ ୨୦ ଲକ୍ଷରୁ ଅଧିକ ହେବ l ମଙ୍ଗଳବାର ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ମୋବାଇଲ ମେଳା କରି ଠାବ ହୋଇଥିବା ମୋବାଇଲଗୁଡିକୁ ତାଙ୍କର ପ୍ରକୃତ ମାଲିକଙ୍କୁ ପୋଲିସ ହସ୍ତାନ୍ତର କରିଛି । ଏହା ସହ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପ୍ରୟାସ ଜାରି ରଖିଛି । ଗତ ବର୍ଷେ ମଧ୍ୟରେ ହଜି ଯାଇଥିବା ବା ଚୋରୀ ହୋଇଥିବା ସମସ୍ତ ମୋବାଇଲଗୁଡିକୁ ଠାବ କରିବା ପାଇଁ ଝାରସୁଗୁଡା ପୋଲିସ ଗତ ଜୁନ୍ ୧୦ ତାରିଖରୁ ଏକ ସ୍ବତନ୍ତ୍ର ଅପରେସନ ଆରମ୍ଭ କରିଥିଲା l ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ଏନେଇ ଏକ ଡାଟା ବେସ୍ ପ୍ରସ୍ତୁତ କରିବା ପାଇଁ ଏସପି ନିର୍ଦ୍ଦେଶ ଦେଇଥିଲେ l

ଏହି ଡାଟା ବେସ୍ ଅନୁସାରେ ଜିଲ୍ଲାର ବିଭିନ୍ନ ଥାନାରେ ମୋବାଇଲ ଚୋରି ଓ ହଜିଯାଇଥିବା ନେଇ ୪୧୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧ଟି ମୋବାଇଲକୁ ପୋଲିସ ଠାବ କରିଛି l ମୋବାଇଲଗୁଡିକ ରାଜ୍ୟର ବିଭିନ୍ନ ସ୍ଥାନରୁ ଠାବ ହୋଇଥିବା ବେଳେ ବାହାର ରାଜ୍ୟ ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ଝାଡଖଣ୍ଡ ପରି ରାଜ୍ୟରୁ ଠାବ ହୋଇଛି ଲ ମୋବାଇଲର ଆଇଏମଇଆଇ ନମ୍ବରକୁ ଟ୍ରେସ୍ କରି ଏହି ମୋବାଇଲଗୁଡିକୁ ଠାବ କରିଛି ପୋଲିସ l ଠାବ ହୋଇଥିବା ସମସ୍ତ ମୋବାଇଲକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି ପୋଲିସ l ମାଲିକମାନେ ନିଜ ହଜି ଯାଇଥିବା ମୋବାଇଲ ଫେରି ପାଇ ଖୁସି ପ୍ରକାଶ କରିବା ସହ ଜିଲ୍ଲା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ବର୍ଷେ ପୂର୍ବେ ଚୋରି ହୋଇଥିବା ମୋବାଇଲ ପୁଣି ଥରେ ଫେରି ପାଇବା ନେଇ ମାଲିକମାନେ ଆଶା ରଖିନଥିବା ବେଳେ ପୋଲିସର ସ୍ବତନ୍ତ୍ର ଅପରେସନ ଯୋଗୁଁ ଏହାକୁ ପୁଣି ଫେରି ପାଇଛନ୍ତି । ଯାହା ପୋଲିସଙ୍କ ପ୍ରତି ସେମାନଙ୍କ ବିଶ୍ବାସସକୁ ସୁଦୃଢ କରିଛି ବୋଲି ଗ୍ରାହକମାନେ କହିଛନ୍ତି l ସାଇବର ସେଲ ଓ ସମସ୍ତ ପୋଲିସ କର୍ମଚାରୀମାନଙ୍କ ପରିଶ୍ରମ ବଳରେ ଏହି ମୋବାଇଲ ଠାବ ହୋଇଥିବା ଜିଲ୍ଲା ଆରକ୍ଷୀ ଅଧିକାରୀ କହିଛନ୍ତି ।

Show More

Related Articles

Back to top button