ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆସନ୍ତା ୨୧ ତାରିଖରୁ ପ୍ରାକ୍‌‌ ବଜେଟ ବୈଠକ ଆରମ୍ଭ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆସନ୍ତା ୨୧ ତାରିଖରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ୍‌‌ ବଜେଟ ବୈଠକ ପର୍ଯ୍ୟାୟ ଆରମ୍ଭ କରିବେ। ଅର୍ଥମନ୍ତ୍ରୀ ଚାରିଦିନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରର ଅଧିକାରୀଙ୍କ ସହିତ ସାତଟି ବୈଠକରେ ଯୋଗଦେବେ। ଏହାବ୍ୟତୀତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସହିତ ଜିଏସ୍‌‌ଟି ବୈଠକ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରାକ୍‌‌ ବଜେଟ ଆଲୋଚନା କରିବେ। ସେଥିରେ କେନ୍ଦ୍ର ବଜେଟ ବୈଠକରେ ରାଜ୍ୟସମୂହର ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରାଯିବ।

ଚଳିତ ମାସ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରାକ୍‌‌ ବଜେଟ ବୈଠକରେ ଅର୍ଥମନ୍ତ୍ରୀ ଉଦ୍ୟୋଗ ଜଗତର ପ୍ରତିନିଧି, ବିଭିନ୍ନ ବିଜନେସ୍‌‌ ଚାମ୍ବର, କୃଷି କ୍ଷେତ୍ରର ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ। ଆସନ୍ତା ବଜେଟ ନିମନ୍ତେ ଅର୍ଥମନ୍ତ୍ରୀ ଏମାନଙ୍କ ନିକଟରୁ ଆବଶ୍ୟକ ପ୍ରସ୍ତାବ ଓ ପରାମର୍ଶ ଲୋଡିବେ ବୋଲି ଜଣାଯାଇଛି। ଏହା ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ହେବ। ଏହା ପରେ ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।

ପ୍ରତିବର୍ଷ ବଜେଟ ପ୍ରସ୍ତୁତି ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଅଂଶୀଦାର ଓ ସହଭାଗୀଙ୍କ ସହିତ ଅର୍ଥମନ୍ତ୍ରୀ ଆଲୋଚନା କରିଥାନ୍ତି। ନୀତି ଆୟୋଗ ମଧ୍ୟ ବଜେଟ୍‌‌କୁ ନେଇ ଉଦ୍ୟୋଗ ଜଗତର ପ୍ରତିନିଧିଙ୍କ ସହିତ ବୈଠକ ଆୟୋଜନ କରନ୍ତି। ଯେଉଁଥିରେ ନୀତି ଆୟୋଗର ଅଧ୍ୟକ୍ଷ ଭାବରେ ପ୍ରଧାନମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରନ୍ତି। ନିର୍ମଳା ସୀତାରମଣ ୨୦୨୩ ଫେବୃଆରୀ ୧ ତାରିଖରେ ତାଙ୍କର ନୂଆ ବଜେଟ୍‌‌ ଉପସ୍ଥାପନ କରିବେ।

Show More

Related Articles

Back to top button